ଶ୍ରୀମନ୍ଦିର ଖୋଲିବା ଦାବିରେ ଧାରଣା

ପୁରୀ : ଶ୍ରୀମନ୍ଦିର ଖୋଲିବା ଦାବିରେ ସୁଆର ମହାସୁଆର ନିଯୋଗର ପୂର୍ବତନ ସଭାପତି ତଥା ବରିଷ୍ଠ ସେବାୟତ ଦାମୋଦର ମହାସୁଆର ସିଂହଦ୍ୱାର ସମ୍ମୁଖରେ ଧାରଣାରେ ବସିଛନ୍ତି। ତାଙ୍କ ସହିତ ଥିବା ସହଯୋଗୀମାନେ ମଧ୍ୟ ସାମିଲ ହୋଇଛନ୍ତି।

ଦାମୋଦର ମହାସୁଆର କହିଛନ୍ତି କେନ୍ଦ୍ର ସରକାର ମନ୍ଦିର ଖୋଲିବାକୁ ଅନୁମତି ଦେଇଥିବା ବେଳେ ଦେଶର ବିଭିନ୍ନ ମନ୍ଦିର ଖୋଲିସାରିଲାଣି। କିନ୍ତୁ ରାଜ୍ୟ ସରକାର ଶ୍ରୀମନ୍ଦିର ଖୋଲିବାକୁ ଅନୁମତି ଦେଉନାହାନ୍ତି କାହିଁକି। ଏହାଛଡା କରୋନା ସଂକ୍ରମଣ ସମୟରେ ସେବାୟତମାନଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିଥିବାରୁ କୋଭିଡ୍ କଟକଣା ଭିତରେ ଶ୍ରୀମନ୍ଦିର ଖୋଲିବାକୁ ସେ ଦାବି କରିଛନ୍ତି।

ମତାମତ ଦିଅନ୍ତୁ ।