ଶ୍ରୀମନ୍ଦିର ସହ ସମ୍ପୃକ୍ତ ୨୩ କରୋନା ପଜିଟିଭ

0

ପୁରୀ : ପୁରୀ ଜିଲ୍ଲାରୁ ଆଜି ୫୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରେ ରହିଛନ୍ତି ଶ୍ରୀମନ୍ଦିର ସହ ସମ୍ପୃକ୍ତ ୨୩ ଜଣ ପଜିଟିଭ।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ୭ ସେବାୟତ ଓ ସେମାନଙ୍କ ୩ ପରିବାର ସଦସ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି। ଜୋତା ଷ୍ଟାଣ୍ଡର ୮ ଜଣ ଓ ଶ୍ରୀମନ୍ଦିର ପ୍ରଶାସନର ୩ କର୍ମଚାରୀ, ଜଗନ୍ନାଥ ଟେମ୍ପଲ ପୋଲିସ କର୍ମଚାରୀ ଓ ଜଣେ ମାଳି କରୋନା ଆକ୍ରାନ୍ତ ହୋଇଛନ୍ତି। ପୁରୀ ଷ୍ଟେସନରୁ ଜଣେ ୧୩ ବର୍ଷୀୟା ନାବାଳିକା ପର୍ଯ୍ୟଟକ ପଜିଟିଭ ଚିହ୍ନଟ ହୋଇଥିବା ପୁରୀ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ଗତ ୨ ତାରିଖରୁ ରେଳ ଷ୍ଟେଶନରେ ଆଣ୍ଟିଜେନ, ଆରଟିପିସିଆର ଟେଷ୍ଟ କରାଯାଉଛି। ଏଯାଏ ରେଳ ଷ୍ଟେସନରେ ୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସୁରତରୁ ପୁରୀ ଆସିଥିବା ଟ୍ରେନରେ ପଶ୍ଚିମବଙ୍ଗର ଏକ ପରିବାର ଆସିଥିଲେ। ଷ୍ଟେସନରେ ସେମାନଙ୍କର ଆଣ୍ଟିଜେନ ଟେଷ୍ଟ କରାଯାଇଥିଲା। କିନ୍ତୁ ବାପାମା’ଙ୍କ ରିପୋର୍ଟ ନେଗେଟିଭ ଆସିଥିବା ବେଳେ ୧୩ ବର୍ଷୀୟା ଝିଅର ରିପୋର୍ଟ ପଜିଟିଭ ଆସିଛି। ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ମା’ବାପାଙ୍କୁ ଆଇସୋଲେସନରେ ରଖାଯାଇଛି। ସେମାନଙ୍କର ଆରଟିପିସିଆର ଟେଷ୍ଟ କରାଯିବ ବୋଲି ଜଣାଯାଇଛି।

Leave A Reply

Your email address will not be published.