ଶ୍ରୀମନ୍ଦିର ସେବାୟତଙ୍କ ଉପରେ ଖସିଲା ମୂର୍ତ୍ତି

ପୁରୀ : ପୁରୀ ଶ୍ରୀମନ୍ଦିରରେ ପଶ୍ଚିମ ଦ୍ୱାରରେ ଥିବା ନୃସିଂହଙ୍କ କୋଳରେ ଶୋଭା ପାଉଥିବା ହିରଣ୍ୟକଶ୍ୟପଙ୍କ ମୂର୍ତ୍ତି ଖସି ପଡ଼ିଛି। ଆଜି ସକାଳେ ଏହି ଘଟଣା ଘଟିଥିବା ବେଳେ ସେବାୟତ କୁନୁ ମହାପାତ୍ରଙ୍କ ଗୋଡ଼ ଭାଙ୍ଗି ଯାଇଥିବା ଜଣାପଡିଛି।

ରବିବାର ସେବାୟତ କୁନୁ ମହାପାତ୍ର କହିଛନ୍ତି ସକାଳୁ ଗାଧୋଇ ମନ୍ଦିରକୁ ଯାଇଥିଲେ। ସେଠାରେ ମହାପ୍ରଭୁଙ୍କୁ ଲୁଗା ପିନ୍ଧେଇ ଦେଉଥିବା ସମୟରେ ହଠାତ୍‌ ହିରଣ୍ୟକଶ୍ୟପଙ୍କ ମୂର୍ତ୍ତି ଖସି ମୋ ଗୋଡ଼ ଉପରେ ପଡ଼ିଥିଲା। ଏକ୍ସରେରୁ ଗୋଡ଼ ଭାଙ୍ଗିଯାଇଥିବା ଜଣାପଡିବା ପରେ ପୁରୀରେ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ୱର ରେଫର କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button