ଶ୍ରୀମନ୍ଦିରରେ ରକ୍ତଛିଟା

ପୁରୀ : ପୁରୀ ଶ୍ରୀମନ୍ଦିରର ଭିତରକାଠ ନିକଟରେ ରକ୍ତଛିଟା ଦେଖିବା ପରେ ଶ୍ରୀଜିଉଙ୍କର ମହାସ୍ନାନ କରାଯାଇଛି। ଏହି ନୀତି ସମ୍ପୂର୍ଣ୍ଣ ହେବା ପରେ ସାଧାରଣ ଭକ୍ତଙ୍କୁ ଦର୍ଶନ ପାଇଁ ଛଡ଼ାଯାଇଥିଲା।
ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିର ଗର୍ଭଗୃହରେ ରକ୍ତ ଛିଟା ଦେଖିଲେ ଠାକୁରଙ୍କ ମହାସ୍ନାନ ନୀତି ହୋଇଥାଏ। ତେବେ ରକ୍ତ ଛିଟା କେଉଁଠୁ ଭିରତକାଠ ନିକଟକୁ ଆସିଲା ତାହା ସ୍ପଷ୍ଟ ହୋଇନି। ସେ ନେଇ ଅଧିକ ଖୋଳତାଡ ଚାଲିଛି। ରକ୍ତଛିଟା ପାଇଁ ଆଜି ସକାଳ ନୀତିରେ ସାମାନ୍ୟ ବିଳମ୍ବ ହୋଇଥିବା ସୂଚନା ମିଳିଛି।