ପିପିପି ପାଇଁ ହେଲା ସ୍ୱତନ୍ତ୍ର ନିର୍ଦ୍ଦେଶାଳୟ

ଭୁବନେଶ୍ୱର : ରାଜ୍ୟରେ ପୁଞ୍ଜିନିବେଶ ପ୍ରକ୍ରିୟାକୁ ଅଧିକ କ୍ରିୟାଶୀଳ ଓ ସହଜ କରିବା ନିମନ୍ତେ ରାଜ୍ୟ ସରକାର ‘ପବ୍ଲିକ ପ୍ରାଇଭେଟ୍ ପାର୍ଟନରସିପ୍ (ପିପିପି) ନିର୍ଦ୍ଦେଶାଳୟ କାର୍ଯ୍ୟକ୍ଷମ କରିଛନ୍ତି। ଅର୍ଥ ବିଭାଗର ସଚିବ ‘ପିପିପି’ ସଚିବ ଭାବେ କାର୍ଯ୍ୟ କରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୫୨ତମ ରାଜ୍ୟ ଭିତ୍ତିଭୂମି ସଂକ୍ରାନ୍ତ ଏମ୍ପାୱର କମିଟି ବୈଠକରେ ସ୍ୱତନ୍ତ୍ର ଭାବେ ‘ପିପିପି’ ନିର୍ଦ୍ଦେଶାଳୟ ଖୋଲିବା ପାଇଁ ନୀତିଗତ ନିଷ୍ପତ୍ତି ନିଆଯାଇଥିଲା। ଚଳିତମାସ ୨୨ତାରିଖରେ ଏହି ନିର୍ଦ୍ଦେଶାଳୟ ଅର୍ଥ ବିଭାଗ ଅଧୀନରେ କାର୍ଯ୍ୟ ଆରମ୍ଭ କରିଛି। ଅର୍ଥ ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶାଳୟର କାର୍ଯ୍ୟ ନେଇ ବିସ୍ତୃତ ଗାଇଡଲାଇନ ଖୁବଶୀଘ୍ର ଜାରି କରାଯିବ ବୋଲି ଜଣାପଡିଛି।

ମତାମତ ଦିଅନ୍ତୁ ।