ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବାସଭବନ ଉପରକୁ ଟମାଟୋ ମାଡ

ଭୁବନେଶ୍ୱର : ପୁରୀ ଗଣ ଦୁଷ୍କର୍ମ ମାମଲାରେ ଛାତ୍ର କଂଗ୍ରେସ ପକ୍ଷରୁ ଘଟଣାର ଦୃଢ ପ୍ରତିବାଦ କରାଯାଇଛି। ଛାତ୍ର କଂଗ୍ରେସ କର୍ମୀମାନେ ଆଜି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରି ତାଙ୍କ ଭୁବନେଶ୍ୱର ସରକାରୀ ବାସଭବନ ଉପରକୁ ଟମାଟୋ ମାଡ଼ କରିଛନ୍ତି। ଇସ୍ତଫା ନଦେଲେ ଆଗକୁ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଅଣ୍ଡା ମାଡ଼ କରାଯିବ ବୋଲି ଛାତ୍ର କଂଗ୍ରେସ ଚେତାବନୀ ଦେଇଛି। ପୋଲିସ ପହଞ୍ଚି ଛାତ୍ର କଂଗ୍ରେସର ପ୍ରାୟ ୧୫ରୁ ୨୦ ଜଣ ସଦସ୍ୟଙ୍କୁ ଅଟକ ରଖିଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।