April 7, 2020

ଅଟୋ ଓଲଟି ଜଣେ ମୃତ, ୪ ଗୁରୁତର

ଭୁବନେଶ୍ଵର : ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ୍ ଅନ୍ତର୍ଗତ ମତୋ ମାଧପୁର ରାସ୍ତାର ବଙ୍ଗାଳିପଡ଼ା କରାଣ୍ଡିମାଳ ଛକ ରାସ୍ତା ନିକଟରେ ଏକ ଅଟୋ ଦ୍ରୁତ ଗତିରେ ଆସି ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡ଼ିବାରୁ ଜଣଙ୍କର ପ୍ରାଣହାନି ଘଟିଛି। ଗଛରେ ଅଟୋଟି ପିଟି ହେବାରୁ ୭ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ଭିତରୁ ୪ ଜଣ ଗୁରୁତର ଓ ଜଣେ ସଂକଟାପନ୍ନ ଥିବାରୁ କଟକ ବଡ଼ ଡାକ୍ତରଖାନାକୁ ପଠାଯାଇଛି। ଗତକାଲି ରାତିରେ ଦୁର୍ଘଟଣା ଘଟିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *