April 6, 2020

ଅର୍ଥନୈତିକ ସର୍ଭେ ରିପୋର୍ଟ: ଜାତୀୟ ତୁଳନାରେ ମୁଣ୍ଡପିଛା ଆୟ କମିଛି

ଭୁବନେଶ୍ଵର : ବିଧାନସଭାରେ ଆଜି ୨୦୧୯-୨୦୨୦ ଆର୍ଥିକ ବର୍ଷ ଲାଗି ଅର୍ଥନୈତିକ ସର୍ଭେ ରିପୋର୍ଟକୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଉପସ୍ଥାପନ କରିଛନ୍ତି। ରିପୋର୍ଟ ଅନୁସାରେ ଜାତୀୟ ତୁଳନାରେ ରାଜ୍ୟର ମୁଣ୍ଡପିଛା ଆୟ କମିଛି। ୨୦୧୯-୨୦ରେ ରାଜ୍ୟର ମୁଣ୍ଡପିଛା ଆୟ ୧ ଲକ୍ଷ ୧ ହଜାର ୫୮୭ ଟଙ୍କା ରହିଛି। ୨୦୧୮-୧୯ରେ ମୁଣ୍ଡପିଛା ଆୟ ଥିଲା ୯୫ ହଜାର ୧୬୪ ଟଙ୍କା। ୨୦୧୯-୨୦ରେ ଜାତୀୟ ମୁଣ୍ଡପିଛା ଆୟ ୧ ଲକ୍ଷ ୩୫ ହଜାର ୫୦ ଟଙ୍କା ହୋଇଛି।

ସେହିପରି ରାଜ୍ୟର ଅଭିବୃଦ୍ଧି ହାର ହ୍ରାସ ପାଇଛି। ଗତ ବର୍ଷ ରାଜ୍ୟର ଅଭିବୃଦ୍ଧି ହାର ୭.୯୦ ଥିବା ବେଳେ ଚଳିତ ସର୍ଭେରେ ଏହା ୬.୧୬କୁ ହ୍ରାସ ପାଇଛି। ଫନି ବାତ୍ୟା ଜନିତ କ୍ଷୟକ୍ଷତି ଓ କୃଷି ଉତ୍ପାଦନ ହ୍ରାସ ଯୋଗୁଁ ଅର୍ଥନୀତି ମନ୍ଥର ହେବା ଫଳରେ ଅଭିବୃଦ୍ଧି ହାର କମିବ ବୋଲି କୁହାଯାଇଛି। ଏହାଛଡା ଗତବର୍ଷ ଖଣି ଓ ନିର୍ମାଣ କ୍ଷେତ୍ର ପ୍ରଭାବିତ ହୋଇଛି। ଜାତୀୟ ଅର୍ଥନୀତିରେ ଅଭିବୃଦ୍ଧି ହାର ୫% ପ୍ରତିଶତ ହ୍ରାସ ପାଇବ ବୋଲି ଆକଳକ କରାଯାଉଛି।

Leave a Reply

Your email address will not be published. Required fields are marked *