April 6, 2020

ପଞ୍ଚାୟତ ଓ ପୌର ସଂସ୍ଥାକୁ ୫୦ ହଜାର କୋଟି

ଭୁବନେଶ୍ୱର : ରାଜ୍ୟର ସମସ୍ତ ପଞ୍ଚାୟତ ଓ ପୌର ସଂସ୍ଥାକୁ ଆସନ୍ତା ୫ ବର୍ଷ ପାଇଁ ୫୦,୨୮୨.୫୦କୋଟି ଟଙ୍କାର ଆବଶ୍ୟକତା ରହିଛି। ପଞ୍ଚଦଶ ଅର୍ଥ କମିଶନ ଓ ପଞ୍ଚମ ରାଜ୍ୟ ଅର୍ଥ କମିଶନଙ୍କ ସୁପାରିସ୍ ଆଧାରରେ ଏହି ଆବଶ୍ୟକତାକୁ ପୂରଣ କରାଯିବ। ୨୦୨୦-୨୧ ରୁ ୨୦୨୪-୨୫ ଆର୍ଥିକ ବର୍ଷ ମଧ୍ୟରେ ପଞ୍ଚମ ଅର୍ଥ କମିଶନଙ୍କ ସୁପାରିସରେ ୨୦,୭୭୧.୬୪କୋଟି ଟଙ୍କା ଓ ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିସରେ ୨୯,୫୧୦.୮୬କୋଟି ଟଙ୍କା ବିଭିନ୍ନ ପଞ୍ଚାୟତ ଓ ପୌର ସଂସ୍ଥାକୁ ପ୍ରଦାନ କରାଯିବ।

ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ ପଞ୍ଚମ ଅର୍ଥ କମିଶନଙ୍କ ସୁପାରିସ ରିପୋର୍ଟକୁ ଆଗତ କରିଛନ୍ତି। କମିଶନଙ୍କ ସୁପାରିସ ଅନୁସାରେ ରାଜ୍ୟ ସରକାର ୨୦୨୦-୨୧ ଆର୍ଥିକ ବର୍ଷରେ ପୌର ସଂସ୍ଥା ଓ ପଞ୍ଚାୟତ ଗୁଡ଼ିକରେ ୭୦୫୬.୯୩କୋଟି ଟଙ୍କା ରାଜ୍ୟ ପାଣ୍ଠିରୁ ଦେବେ। ପଞ୍ଚାୟତଗୁଡ଼ିକୁ ୪୭୦୯.୩୬ କୋଟି ଓ ପୌର ସଂସ୍ଥାକୁ ୨୩୪୭.୫୭କୋଟି ଟଙ୍କା ଦେବାକୁ ସୁପାରିସ୍ କରାଯାଇଛି। ସୂଚନାଯୋଗ୍ୟ ୪ର୍ଥ ରାଜ୍ୟ ଅର୍ଥ କମିଶନଙ୍କ ସୁପାରିସରେ ପଞ୍ଚାୟତ ଓ ପୌର ସଂସ୍ଥାଗୁଡ଼ିକୁ ଉତ୍ତରାଧିକାରୀ ସୂତ୍ରେ ପ୍ରବର୍ତ୍ତନ ପାଣ୍ଠିରେ ୩୨୫୧.୮୫ କୋଟି ଟଙ୍କା ମିଳିଥିବା ବେଳେ ପଞ୍ଚମ ରାଜ୍ୟ ଅର୍ଥ କମିଶନରେ ୭୩୨୦.୮୪ କୋଟି ଟଙ୍କା ଦେବାକୁ ସୁପାରିସ୍ କରାଯାଇଛି।

Leave a Reply

Your email address will not be published. Required fields are marked *