April 6, 2020

ବ୍ରହ୍ମପୁର : ସିଲ୍‌ ହେଲା ଗୁରୁଦେବ ନର୍ସିଂହୋମ୍‌

ଭୁବନେଶ୍ଵର : ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ନୂଆ ବସଷ୍ଟାଣ୍ଡ ରୋଡ଼ ବ୍ରହ୍ମାନଗରରେ ଥିବା ଗୁରୁଦବେ ନର୍ସିଂହୋମ୍‌କୁ ଆଜି ସଂଧ୍ୟାରେ ପ୍ରଶାସନ ସିଲ୍‌ କରିଛି। ଏହି ନର୍ସିଂହୋମ୍‌ କ୍ଲିନିକାଲ୍‌ ଏଷ୍ଟାବ୍ଲିସମେଣ୍ଟ ଆକ୍ଟ୍‌ ଅନୁସାରେ ବିଭିନ୍ନ ସର୍ତ୍ତାବଳୀ ପୂରଣ କରୁନଥିବା ତଦନ୍ତରୁ ଜଣାପଡ଼ିଛି। ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶ କ୍ରମେ ନର୍ସିଂହୋମକୁ ସିଲ୍‌ କରାଯାଇଥି ବେଳେ ଆବଶ୍ୟକ କାଗଜପତ୍ର ଦାଖଲ ପରେ ଜିଲ୍ଲାପାଳ ପରବର୍ତ୍ତୀ ନିଷ୍ପତ୍ତି ଗ୍ରହଣ କରିବେ ବୋଲି ଉପଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରେୟ ଭାଉସାହେବ ସୂଚନା ଦେଇଛନ୍ତି। ଏବେ ନର୍ସିଂହୋମ୍‌ରେ ୧୬ଜଣ ଗର୍ଭବତୀ ଅଛନ୍ତି। ସିଟି ହସ୍ପିଟାଲର ଏକ ଡାକ୍ତରୀ ଦଳ ସେମାନଙ୍କ ଚିକିତ୍ସା କରିବେ। ୭ଦିନ ସମୟ ମଧ୍ୟରେ ସେମାନଙ୍କୁ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବ। ନହେଲେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଡିସ୍‌ଚାର୍ଜ କରାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି। ସୂଚନାଯୋଗ୍ୟ ଗତ ୧୭ତାରିଖ ରାତିରେ ଏହି ନର୍ସିଂହୋମରେ ଜଣେ ମହିଳା ରୋଗୀଙ୍କର ଚିକିତ୍ସା ଅବହେଳାରୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା।

Leave a Reply

Your email address will not be published. Required fields are marked *