April 7, 2020

ଇଣ୍ଡୋନେସିଆରେ ହେବ ବିଜୁ ଗ୍ୟାଲେରୀ

ଭୁବନେଶ୍ୱର : ଇଣ୍ଡୋନେସିଆରେ ଏକ ବିଜୁ ଗ୍ୟାଲେରୀ କରାଯିବା ସହିତ ବିଜୁଙ୍କ ଜୀବନିକୁ ନେଇ କ୍ଷୁଦ୍ର ପୁସ୍ତକ ପ୍ରକାଶ କରାଯିବ। ଇଣ୍ଡୋନେସିଆରୁ ତିନି ଦିନିଆ ଓଡିଶା ଗସ୍ତରେ ଆସିଥିବା ପଦ୍ମଶ୍ରୀ ଅଗୁଷ ଇନ୍ଦ୍ର ଉଦାୟନ ଏହା କହିଛନ୍ତି।

ଓଡିଶାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ସମୟରେ ପଦ୍ମଶ୍ରୀ ଅଗୁଷ ଇନ୍ଦ୍ର ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସୀ ପରିସରରେ ଥିବା ବିଜୁ ଗ୍ୟାଲେରୀ ଦେଖିବାକୁ ପହଞ୍ଚିଥିଲେ। ଆଉ କହିଥିଲେ ବିଜୁଙ୍କ ପ୍ରେରଣାରେ ଆଗାମୀ ପିଢୀଙ୍କୁ ଆଗେଇ ନେବା ଉଦ୍ଦେଶ୍ୟରେ ଏକ ଗ୍ୟାଲେରୀ ଇଣ୍ଡୋନେସିଆରେ କରିବା ପାଇଁ ମୁଁ ଆମ ଦେଶର ରାଷ୍ଟ୍ରପତିଙ୍କୁ ଅନୁରୋଧ କରିବି। ଏହି ଅବସରରେ ବିଜୁଙ୍କ ଫଟୋ ସମ୍ପର୍କରେ ଇପିଏର ସଂପାଦକ ଅଞ୍ଜଳୀ ମିଶ୍ର ଓ ମୁଖ୍ୟ ସଂପାଦକ ଅନୀଲ ପ୍ରସାଦ ମିଶ୍ର ତାଙ୍କୁ ବୁଝାଇଥିଲେ।

Leave a Reply

Your email address will not be published. Required fields are marked *