April 7, 2020

ଓଡ଼ିଶା ଗସ୍ତରେ ଆସୁଛନ୍ତି ମମତା

ଭୁବନେଶ୍ୱର : ଆସନ୍ତାକାଲିଠାରୁ ୩ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚି ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ। ୨୭ତାରିଖରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମମତା ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ୨୮ତାରିଖରେ ପୂର୍ବାଞ୍ଚଳ ଜୋନାଲ କାଉନସିଲ ବୈଠକରେ ଯୋଗଦେଇ ଅପରାହ୍ନରେ କୋଲକାତା ଫେରିଯିବେ ବୋଲି ସୂଚନା ମିଳିଛି। ଏହି ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଯୋଗ ଦେଉଥିବା ବେଳେ ମମତାଙ୍କ ଯୋଗଦାନ ବେଶ ଗୁରୁତ୍ୱ ବହନ କରୁଛି।

Leave a Reply

Your email address will not be published. Required fields are marked *