ରାଜ୍ୟ ସରକାର ପଞ୍ଚାୟତ ବ୍ୟବସ୍ଥାକୁ ପଙ୍ଗୁ କରିଛନ୍ତି : ବିଜେପି

ଭୁବନେଶ୍ୱର : ପଞ୍ଚାୟତର କ୍ଷମତାକୁ ସଙ୍କୁଚିତ କରି ପଞ୍ଚାୟତକୁ ରାଜ୍ୟ ସରକାର ପଙ୍ଗୁ କରିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।

ଭୁଧବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ପଂଚାୟତରାଜ ବ୍ୟବସ୍ଥାର ଅସଲ ଉଦ୍ଦେଶ୍ୟ ହେଉଛି ଶାସନ ବ୍ୟବସ୍ଥାର ବିକେନ୍ଦ୍ରିକରଣ। ଏହାଦ୍ୱାରା ସାଧାରଣ ଜନତା ପାଖରେ ଯୋଜନା ପହଂଚିବା ସହଜ ହେବ। କିନ୍ତୁ ଓଡ଼ିଶାରେ ପଂଚାୟତର କ୍ଷମତାକୁ ରାଜ୍ୟ ସରକାର ସଙ୍କୁଚିତ କରିବାରେ ଲାଗିଛନ୍ତି। ପଂଚାୟତ ରାଜ ପ୍ରତିନିଧିଙ୍କୁ ଅଣଦେଖା କରାଯାଉଛି। ମୋଦି ସରକାର ପଂଚାୟତ ମାନଙ୍କୁ ସିଧାସଳଖ ୪୦ ଲକ୍ଷରୁ ୧ କୋଟି ଟଙ୍କାର ଅନୁଦାନ ଦେଉଛନ୍ତି। କିନ୍ତୁ ଏହି ଅର୍ଥ ପଂଚାୟତ ପରିବର୍ତ୍ତେ ଅନ୍ୟବାଟରେ କରାଯାଉଛି ସେ ଅଭିଯୋଗ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର ଓ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ପ୍ରମୁଖ ଉପସ୍ଥିତି ଥିଲେ।

ମତାମତ ଦିଅନ୍ତୁ ।