ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଗ୍ରାମୀଣ ଲୋକଙ୍କ ଆୟକୁ ସୁରକ୍ଷା ପ୍ରଦାନ କରିଥାଏ

ଭୁବନେଶ୍ୱର: ବର୍ତ୍ତମାନ ଯୁଗରେ ଉପେକ୍ଷୀତ ବର୍ଗର ଲୋକମାନଙ୍କୁ ଆର୍ଥିକ ସେବା ପ୍ରଦାନ କରିବାରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ସଂସ୍ଥା ଗୁଡ଼ିକର ଭୂମିକା ବେଶ ଉତ୍ସାହଜନକ ରହିଛି। ରାଜ୍ୟର ଦାରିଦ୍ର‌୍ୟ ପ୍ରଭାବିତ ଅଂଚଳ ଗୁଡ଼ିକରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣର ସଂପ୍ରସାରଣ ଲାଗି ସରକାର, ଭାରତୀୟ ରିଜର୍ଭବ୍ୟାଙ୍କ, ବ୍ୟାଙ୍କ ଓ ଅନ୍ୟାନ୍ୟ ଅଂଶୀଦାରମାନେ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ।

ଓସାଫିର ସଭାପତି ଦିବ୍ୟଜ୍ୟୋତି ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏବଂ ଓଡ଼ିଶାର ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ତଥା ସଂସ୍ଥାଗତ ନିର୍ଦେଶକ ପି କେବିଶ୍ୱାଳଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଛି ତୃତୀୟ ରାଜ୍ୟସ୍ତରୀୟ ଆର୍ଥିକ ଅନ୍ତର୍ଭୁକ୍ତୀକରଣ କନ୍‌କ୍ଲେଭ୍‌-୨୦୨୦। ଓଡ଼ିଶାର ଆର୍ଥିକ ଅନ୍ତୁର୍ଭକ୍ତୀକରଣର ସ୍ଥିତି ଉପରେ ଅଧିବେଶନ ଆୟୋଜନ କରାଯାଇଥିଲା। ଇକ୍ୱିଫାକ୍ସ କ୍ରେଡିଟ୍‌ ବ୍ୟୁରୋର ମନୁ ସେହଗଲ୍‌ ରିପୋର୍ଟ ଉପସ୍ଥାପନ କରିଥିଲେ। ଆଶୀର୍ବାଦର ଏଭିପି ଆଲୋକ ପଟ୍ଟନାୟକ ଆର୍ଥିକ ଅନ୍ତର୍ଭୁକ୍ତୀକରଣର ପ୍ରଭାବ ସଂପର୍କିତ ରିପୋର୍ଟ ପ୍ରଦାନ କରିଥିଲେ। ଓସାଫିର ସିଇଓ ନରେନ୍ଦ୍ର ନାୟକ ଓସାଫିର କାର୍ଯ୍ୟକଳାପ ବିଷୟରେ ତଥ୍ୟ ଉପସ୍ଥାପନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ସିଡ୍‌ବିର ରାଜ୍ୟ ପ୍ରବନ୍ଧକ ଅଙ୍କିତା ମହାନ୍ତି, ସିଡ୍‌ବିର ପୂର୍ବତନ ଜିଏମ୍‌ ଅଶୋକ ରଂଜନ ସାମଲ ଓ ସିୱାଇଏସଡିର ପ୍ରତିଷ୍ଠାତା ଜଗଦାନନ୍ଦ ଆର୍ଥିକ ଅନ୍ତର୍ଭୁକ୍ତୀକରଣର ମଡେଲ୍‌ ଉପରେ ଆଲୋଚନା କରିଥିଲେ।

ମତାମତ ଦିଅନ୍ତୁ ।