ଧର୍ମଶାଳା : ଦୁଇଟି ପଞ୍ଚାଯତର ଶତାଧିକ ବିଜେପି କର୍ମୀ ବିଜେଡିରେ ମିଶିଲେ

ଭୁବନେଶ୍ଵର : ଧର୍ମଶାଳା ନିର୍ବାଚନମଣ୍ଡଳୀ ଆରୁହା ଓ ଥାନୁଆଳ ପଂଚାୟତର ଶତାଧିକ ବିଜେପି କର୍ମୀ ଦଳ ଛାଡିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଓ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ନେତୃତ୍ୱ ଉପରେ ଆସ୍ଥା ପ୍ରକଟ କରି ସେମାନେ ବିଜେଡିରେ ସାମିଲ ହୋଇଛନ୍ତି।

ଜାରକାସ୍ଥିତ ଦଳୀୟ କାର୍ଯ୍ୟାଳୟ ପରିସରରେ ବିଜେଡିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦଳରେ ସାମିଲ ହୋଇଥିବା ପଞ୍ଚାୟତସ୍ତରୀୟ ନେତା ଓ କର୍ମୀମାନଙ୍କୁ ଦଳୀୟ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ପରିଷଦ ସଭ୍ୟ ନିରଞ୍ଜନ ରାଉତ, ସରପଞ୍ଚ ହରିହର ସାହୁ, ଅମୁଲ୍ୟଧନ ଜେନା, ପର୍ଯ୍ୟବେକ୍ଷକ ଶ୍ରୀନିବାସ ଜେନା, ଯୁବନେତା ଦିଲୀପ ବଳ ଓ ଯତୀନ୍ଦ୍ର ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ।

ମତାମତ ଦିଅନ୍ତୁ ।