ଶ୍ରୀମନ୍ଦିର ପାଣ୍ଠି ପ୍ରସଙ୍ଗ: ସରକାର ଚୁପ୍ ଥିଲେ କାହିଁକି-ବିଜୟ

ଭୁବନେଶ୍ୱର : ଅନେକ ଦିନ ନୀରବ ରହିବା ପରେ ବରିଷ୍ଠ ନେତା ବିଜୟ ମହାପାତ୍ର ୟେସ୍‌ ବ୍ୟାଙ୍କରେ ଶ୍ରୀମନ୍ଦିର ଟଙ୍କା ଜମା ରଖିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। ଏଥିପାଇଁ ସେ ସରକାରଙ୍କୁ ଦାୟୀ କରିଛନ୍ତି। ଆଉ ପ୍ରଶ୍ନ କରିଛନ୍ତି ୨୦୧୫ରେ ଜଗନ୍ନାଥଙ୍କ ପାଣ୍ଠିରେ ଅନିୟମିତତା ହୋଇଥିବା ଏଜି ଜଣାଇଥିଲେ। ସରକାର ୫ ବର୍ଷ ଚୁପ୍ ରହିଲେ କାହିଁକି। ଏହାର ଜବାବରେ ବିଜେଡି କହିଛି ବିଜୟ ମହାପାତ୍ର ଶସ୍ତା ରାଜନୀତି କରନ୍ତୁ ନାହିଁ। ସେ ସିଡ୍ୟୁଲ ବ୍ୟାଙ୍କର ଗାଇଡଲାଇନ୍‌ ପଢ଼ନ୍ତୁ। କେନ୍ଦ୍ର ଅର୍ଥମନ୍ତ୍ରୀ ୟେସ୍‌ ବ୍ୟାଙ୍କରେ ଟଙ୍କା ସୁରକ୍ଷିତ ଅଛି ବୋଲି କହିଛନ୍ତି। କେନ୍ଦ୍ର ସରକାରଙ୍କ ମନ୍ତବ୍ୟ ଠିକ୍‌ ନା ରିଜର୍ଭ ବ୍ୟାଙ୍କର ମନ୍ତବ୍ୟ ଠିକ୍‌ ବୋଲି ବିଜେଡି ମତ ରଖିଛି।

ଇତି ମଧ୍ୟରେ ରାଜ୍ୟ ସରକାର ଜଗନ୍ନାଥଙ୍କ ୫୪୫ କୋଟି ଟଙ୍କା ଫେରାଇ ଦେବା ପାଇଁ କେନ୍ଦ୍ର ସରକାରକୁ ଅନୁରୋଧ କରିଛନ୍ତି। ୟେସ୍ ବ୍ୟାଙ୍କରୁ ଟଙ୍କା ରିଲିଜ୍ କରିବା ପାଇଁ ଆରବିଆଇ ଅନୁମତି ଦେଉ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ଓଡ଼ିଶାର ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ। ସେହିପରି ଅର୍ଥ ସଚିବ ମଧ୍ୟ ରିଜର୍ଭ ବ୍ୟାଙ୍କ ସହିତ କଥା ହୋଇଛନ୍ତି।

ମତାମତ ଦିଅନ୍ତୁ ।