ଥଣ୍ଡା, ଜ୍ୱର ଓ କାଶ ହେଉଥିଲେ ହୋଲି ଖେଳନ୍ତୁ ନାହିଁ : ସ୍ୱାସ୍ଥ୍ୟ ସଚିବ

ଭୁବନେଶ୍ୱର: ଚଳିତ ବର୍ଷ କରୋନା ଭାଇରସ ପାଇଁ ହୋଲି ପର୍ବ ପାଳନ ବେଳେ ସତର୍କତା ଅବଲମ୍ବନ କରିବାକୁ ରାଜ୍ୟ ସରକାର ଲୋକଙ୍କୁ ସଚେତନ କରିଛନ୍ତି। ଜ୍ୱର, ଥଣ୍ଡା ଓ କାଶ ହେଉଥିଲେ ଆଦୌ ହୋଲି ଖେଳନ୍ତୁ ନାହିଁ ବୋଲି ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ପରାମର୍ଶ ଦେଇଛନ୍ତି। ସ୍ୱାସ୍ଥ୍ୟ ସଚିବ ଶ୍ରୀ ଧଳ କହିଛନ୍ତି ଏକାଠି ହୋଇ ଗୋଷ୍ଠୀଗତ ଭାବେ ହୋଲି ନଖେଳିଲେ ଭଲ। ସେହିଭଳି ଗୋଟିଏ ସ୍ଥାନରେ ବହୁ ଲୋକ ଏକାଠି ହୋଇ ନ ଖାଇବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ମୁହଁରେ ରଙ୍ଗ ଲଗାନ୍ତୁ ନାହିଁ କି ହାତ ମିଳାନ୍ତୁନି। ହୋଲି ଖେଳ ସମୟରେ ଆଲିଙ୍ଗନ ନକଲେ ଭଲ ବୋଲି ସେ କହିଛନ୍ତି।

ମତାମତ ଦିଅନ୍ତୁ ।