୫ଦିନ ବର୍ଷା ଓ ବଜ୍ରପାତ ଆଶଙ୍କା

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଜିଠାରୁ ୫ ଦିନ ପର୍ଯ୍ୟନ୍ତ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ୯ଟି ଜିଲ୍ଲାରେ ୩ ଦିନ ଯାଏ ଝଡ଼ତୋଫାନ, ବର୍ଷା ଓ ବଜ୍ରପାତ ହେବ। ଏହି ସମୟରେ ପବନର ବେଗ ରହିବ ଘଣ୍ଟାପ୍ରତି ୪୫-୫୫ କି.ମି। ସମ୍ଭ୍ୟବ୍ୟ ଜିଲ୍ଲା ଗୁଡ଼ିକ ହେଲା- କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, କଟକ, ନୟାଗଡ଼, ଖୋର୍ଦ୍ଧା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ପୂର୍ବାନୁମାନ କରାଯାଇଛି। ସେହିପରି ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ଢେଙ୍କାନାଳ ଓ କଟକରେ ପ୍ରବଳ ବର୍ଷାର ସମ୍ଭାବନା ଥିବା ସୂଚନା ଦିଆଯାଇଛି।

ମତାମତ ଦିଅନ୍ତୁ ।