କାହାକୁ ମିଳିବ ମୟୂରଭଞ୍ଜ ବିଜେଡି ଛାତ୍ର ସଂଗଠନ ଦାୟିତ୍ଵ

ବାରିପଦା : ମୟୁରଭଞ୍ଜ ରାଜନୀତିରେ ବିଜୁ ଜନତା ଦଳ ତା’ର ସଗଠନକୁ ସ୍ଥିତିକୁ ମଜବୁତ କରିବା ପାଇଁ ପ୍ରୟାସ ଜାରି ରଖିଛି। ଦୁଇ ଜଣଙ୍କୁ ଦିଆଯାଇଛି ଜିଲ୍ଲା ସଭାପତି ଦାୟିତ୍ୱ। ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ମୟୁରଭଞ୍ଜର ସଭାପତି କରାଯାଇଥିବା ବେଳେ ମୟୁରଭଞ୍ଜ ସଦର ସଭାପତି ହୋଇଛନ୍ତି କାଶୀନାଥ ହେମ୍ବ୍ରମ। ଏବେ ବିଜୁ ଯୁବ ଓ ଛାତ୍ର ଜନତା ଦଳର କର୍ମକର୍ତ୍ତା ଚୟନକୁ ନେଇ ଛାମୁଆ ନେତାମାନେ ଦ୍ଵନ୍ଦ୍ଵରେ। ଆଶାୟୀ ସଂଖ୍ୟା ବଢିବାରେ ଲାଗିଛି। ବିଜୁ ଛାତ୍ର ସଂଗଠନର ସଭାପତି ପାଇଁ ଚାରିଜଣଙ୍କ ନାଁ ଆଗରେ ରହିଛି। ସଂଗଠନ ସଜାଡିବା ଦାୟିତ୍ଵରେ ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି)। କୁହାଯାଉଛି ମୟୁରଭଞ୍ଜ ସଙ୍ଗଠନରେ ଆମୂଳଚୂଳ ପରିବର୍ତ୍ତନ ହେବ। ସେଥିପାଇଁ ପାଦପଦବୀ ପାଇଁ ଅନେକ ଆଶାୟୀ ଥିବା ବେଳେ ବିଜୁ ଛାତ୍ର ଜନତାଦଳ ସଭାପତି ପାଇଁ ଚର୍ଚ୍ଚାରେ ରହିଛି ପୂର୍ବତନ ସଭାପତି ଅଭୟ ସିଂ, ସୁଶୀଲ ସେଠୀ, ସୁନୀଲ ନାୟକ ଓ ଅବଦୁଲ ହାବିବଙ୍କ ନାମ।

ଅଭୟ ସିଂ ଛାତ୍ର ରାଜନୀତିରୁ ଆସିଥିବା ବେଳେ ବିଭିନ୍ନ ସମୟରେ ବହୁ ପଦପଦବୀରେ ରହି ନିଷ୍ଠାର ସହ କାମ କରିଛନ୍ତି। ସେହିପରି ସୁଶୀଲ ସେଠୀ କୌଣସି ପଦପଦବୀରେ ନରହିଥିଲେ ମଧ୍ୟ ଦଳ ପାଇଁ କାମ କରିବାରେ କେବେ ଅବହେଳା କରିନାହାନ୍ତି। ପ୍ରଚ୍ଛଦପଟ୍ଟ ନାୟକ ସାଜି କଲେଜ ନିର୍ବାଚନରେ ଦଳୀୟ ପାର୍ଥିଙ୍କୁ ଜିତାଇବାର ନେଇଛନ୍ତି ପ୍ରମୁଖ ଭୂମିକା। ସୁନୀଲ ନାୟକ ଛାତ୍ର ରାଜନୀତିରୁ କ୍ୟାରିଅର ଆରମ୍ଭ କରି କଲେଜ ନିର୍ବାଚନରେ ବିଜୟୀ ହୋଇଛନ୍ତି। ଦଳୀୟ ପାର୍ଥିଙ୍କୁ ଜିତାଇବାର ଦକ୍ଷତା ତାଙ୍କ ପାଖରେ ରହିଛି। ଅବଦୁଲ ହାବିବ ଛାତ୍ର ସଂଗଠକ ଭାବେ ଜିଲ୍ଲାରେ ବେଶ ପରିଚିତ। ୨୦୧୬ରୁ ଏପର୍ଯ୍ୟନ୍ତ ରାଜ୍ୟ ବିଜୁ ଛାତ୍ର ଜନତା ଦଳର ସମ୍ପାଦକ ରହିଛନ୍ତି। ତେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ୪ ଜଣଙ୍କ ମଧ୍ୟରୁ ନାଁ ଆଉ କାହାକୁ ଚୟନ କରିବେ ତାହା ଦେଖିବାକୁ ବାକି ରହିଲା।

ମତାମତ ଦିଅନ୍ତୁ ।