ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ମଞ୍ଜୁର କଲେ ୨୨୫ କୋଟି

ଭୁବନେଶ୍ୱର : କରୋନା ଭାଇରସ ମୁକାବିଲା ପାଇଁ ରାଜ୍ୟ ସରକାର ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ଆଜି ୨୨୫ କୋଟି ଟଙ୍କା ମଞ୍ଜୁରୀ କରିଛନ୍ତି। ସୋମବାର ସନ୍ଧ୍ୟାରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କାର୍ଯ୍ୟକାରୀ କମିଟି ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଏହି ରାଶି ମଞ୍ଜୁରୀ କରାଯାଇଛି। ସ୍ଵାସ୍ଥ୍ୟ ବିଭାଗକୁ ମଞ୍ଜୁରୀ ହୋଇଥିବା ଟଙ୍କାରେ ଲୋକଙ୍କ ପାଇଁ ଖୋଲାଯାଇଥିବା କ୍ୱାରେନଟାଇନ ପରିସରରେ ନମୁନା ସଂଗ୍ରହ, ସ୍କ୍ରିନିଂ, ଅସ୍ଥାୟୀ ଭାବେ ବିପର୍ଯ୍ୟୟମୂଳକ ବ୍ୟବସ୍ଥା, ଖାଦ୍ୟ, ଔଷଧ ଆଦି ପାଇଁ ଖର୍ଚ୍ଚ କରାଯିବ। ସେହିଭଳି ଏହି ଟଙ୍କାରେ ଅତିରିକ୍ତ ପରୀକ୍ଷାଗାର ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ କିଣାଯିବ।

ମତାମତ ଦିଅନ୍ତୁ ।