ନୀଳଚକ୍ର ବାନାରେ ନିଆଁ

ଭୁବନେଶ୍ଵର : ନୀଳଚକ୍ର ବାନା ମହାଦୀପ ଉଠିବା ବେଳେ ଜଳିଗଲା। ଶ୍ରୀମନ୍ଦିରରେ ଗୁରୁବାର ଏଭଳି ଘଟଣା ଘଟିଛି। କିନ୍ତୁ ପତିତପାବନ ବାନା ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ବେଳେ ନୀଳଚକ୍ର ତଳେ ଲଗାଯାଇଥିବା ମାନସିକ ବାନା ପୋଡି ଯାଇଛି। ଖବର ଅନୁଯାୟୀ ଏକାଦଶୀ ତିଥିରେ ରାତି ପ୍ରାୟ ୭ଟା ୩୫ରେ ପାଳିଆ ସେବକ ମହାଦୀପ ଉଠାଇଥିଲେ। ସେତେବେଳେ ଝିପି ଝିପି ବର୍ଷା ସହ ବହୁଥିଲା ପବନ। ପାଳିଆ ସେବକ ଦୀପ ରଖୁଥିବା ବେଳେ ମାନସିକ ବାନା ଉଡି ସେଥିରେ ଲାଗି ଯାଇଥିଲା। ନୀଳଚକ୍ରରେ ଲଗା ଯାଇଥିବା ବାନା ପୋଡୁଥିବା ଦେଖି ତଳେ ଛିଡା ହୋଇଥିବା ଭକ୍ତ ଓ ସେବକମାନେ ବିଚଳିତ ହୋଇପଡିଥିଲେ। ଶ୍ରୀମନ୍ଦିର ଇତିହାସରେ ଏହା ଏକ ବିରଳ ଘଟଣା ବୋଲି କୁହାଯାଉଛି। କେତେକ ବରିଷ୍ଠ ସେବକଙ୍କ ମତ ଏହା ଅଶୁଭ ସୂଚନା। ହେଲେ ପତିତପାବନ ବାନା ସୁରକ୍ଷିତ ଥିବାରୁ ଶ୍ରୀଜୀଉଙ୍କ ସେବାପୂଜା ଓ ନୀତିକାନ୍ତିରେ କୌଣସି ବାଧା ସୃଷ୍ଟି ହୋଇନଥିବା ଜଣାପଡିଛି।

1 Comment

  1. There are some employee s in schools who use public vehicles to reach schools during these days. If they don’t go to schools the employer should not cut their salary.

ମତାମତ ଦିଅନ୍ତୁ ।