୫ ଜିଲ୍ଲା ଓ ୮ ସହରରେ ‘ତାଲା ବନ୍ଦ’

ଭୁବନେଶ୍ଵର : ଓଡ଼ିଶାର ୫ ଜିଲ୍ଲା ଓ ୮ ସହରରେ ଆଜିଠାରୁ ତାଲା ବନ୍ଦ ବା ଲକ ଡାଉନ ଜାରି ରହିଛି। ରବିବାର ସକାଳ ୭ ଟାରୁ ୨୯ ମାର୍ଚ୍ଚ ରାତି ୯ ଟା ପର୍ଯ୍ୟନ୍ତ ରହିବ। ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡ଼ା ଓ ଅନୁଗୁଳ ଜିଲ୍ଲା ସମେତ ସମ୍ବଲପୁର, ଝାରସୁଗୁଡ଼ା, ବାଲେଶ୍ୱର, ରାଉରକେଲା, ଭଦ୍ରକ, ପୁରୀ, ଯାଜପୁରରୋଡ଼ ଓ ଯାଜପୁର ଟାଉନରେ ତାଲାବନ୍ଦ ଲାଗୁ ହୋଇଛି। ଅତି ଆବଶ୍ୟକ ନ ହେଲେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଥିବା ବେଳେ ନିୟମ ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଯିବ ବୋଲି ଚେତାବନୀ ଦିଆଯାଇଛି।

ଏହି ସମୟରେ ହସ୍ପିଟାଲ୍, ଔଷଧ ଦୋକାନ, ସଉଦା, ପରିବା ଦୋକାନ ଖୋଲା ରହିଥିବା ଦେଖିବାକୁ ମିଳିଛି। ଖାଦ୍ୟ, ଚିକିତ୍ସା ଉପକରଣ ସେବା ଉପଲବ୍ଧ ରହିଛି। ପେଟ୍ରୋଲ୍ ପମ୍ପ , ଗ୍ୟାସ୍ ଏଜେନ୍ସି ଓ ଗୋଦାମ ଖୋଲା ରହିଛି। ମାଛ, ମାଂସ, ଅଣ୍ଡା , ଚିକେନ ଦୋକାନ ଆଦି ଖୋଲା ରହିଛି। ବ୍ୟାଙ୍କ, ଏଟିଏମ୍ ଓ ପେଟ୍ରୋଲ୍ ପମ୍ପ ଖୋଲା ରହିବ। ଥାନା, ସ୍ୱାସ୍ଥ୍ୟସେବା, ପୌର ସଂସ୍ଥା , ଅଗ୍ନିଶମ ବିଭାଗ ଖୋଲା ରହିବ ବୋଲି କୁହାଯାଇଥିଲା।

ମତାମତ ଦିଅନ୍ତୁ ।