April 3, 2020

ମେଡିକାଲ ଉପକରଣ ପାଇଁ ଶିଳ୍ପ ସଂସ୍ଥାଠାରୁ ରାଜ୍ୟ ସରକାର ସହଯୋଗ ଲୋଡ଼ିଲେ

ଭୁବନେଶ୍ୱର : ରାଜ୍ୟ ସରକାର କରୋନାର ମୁକାବିଲା ପାଇଁ ନେଇଛନ୍ତି ନୂଆ ପଦକ୍ଷେପ। କରୋନା ସଂକ୍ରମଣ ପୂର୍ବ ଓ ପରବର୍ତ୍ତୀ ସ୍ଥିତିର ମୁକାବିଲା ଲାଗି ଆବଶ୍ୟକ ମେଡିକାଲ ଉପକରଣ ଯୋଗାଇଦେବାକୁ ଶିଳ୍ପ ସଂସ୍ଥାଗୁଡ଼ିକୁ ଅନୁରୋଧ କରିଛନ୍ତି। ବୁଧବାର ଏହି ସୂଚନା ଦେଇ ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ। ସେ କହିଛନ୍ତି ପୋର୍ଟବୁଲ ଭେଣ୍ଟିଲେଟର, ମାସ୍କ ଓ ସାନିଟାଇଜର ଇତ୍ୟାଦି ପ୍ରଦାନ କରିବାକୁ ଶିଳ୍ପ ସଂସ୍ଥାଗୁଡ଼ିକୁ ରାଜ୍ୟ ସରକାର ପକ୍ଷରୁ ଅନୁରୋଧ କରାଯାଇଛି। ଇଫକୋ ଏ ଦିଗରେ ପ୍ରଥମେ ପଦକ୍ଷେପ ନେଇ ଆବଶ୍ୟକୀୟ ମେଡିକାଲ ଉପକରଣ ଯୋଗାଇଛନ୍ତି। ଅନ୍ୟ ଶିଳ୍ପ ସଂସ୍ଥାଗୁଡ଼ିକ ଅନୁରୂପ ପଦକ୍ଷେପ ନେବେ ବୋଲି ସରକାର ଆଶାବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *