ଭୁବନେଶ୍ଵର ୟୁନିଟ-୧ ହାଟ ରାଜମହଲକୁ ସ୍ଥାନାନ୍ତର

ଭୁବନେଶ୍ୱର : କରୋନା ମୁକାବିଲା ପାଇଁ ଦେଶକୁ ୨୧ ଦିନପାଇଁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଡାଲି ଚାଉଳ, ପନିପରିବା, ମାଛ, ମାଂସ ଓ ଅଣ୍ଡା ଦୋକାନ ଖୋଲା ରହିଛି। ଆଉସବୁ ବନ୍ଦ। ସାମାଜିକ ଦୂରତ୍ୱ ରକ୍ଷାକୁ ଦିଆଯାଉଛି ଗୁରୁତ୍ଵ। ସେହି କ୍ରମରେ ଭୁନେଶ୍ୱର ୟୁନିଟ୍‌-୧ ହାଟକୁ ଅସ୍ଥାୟୀ ଭାବେ ରାଜମହଲ ଛକକୁ ସ୍ଥାନାନ୍ତର କରାଯାଇଛି। ପରିବା ବ୍ୟବସାୟୀମାନେ ଏଜି ଛକରୁ ରାଜମହଲ ମଧ୍ୟରେ ବସିବେ। ଆଉ କିଛି ୟୁନିଟ୍-୧ ହାଇସ୍କୁଲ ପଡ଼ିଆରେ ବସିବେ। ହାଟରେ ଜନଗହଳି ହେଉଥିବାରୁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ତୁରନ୍ତ ହାଟ ଖାଲି ପାଇଁ ବ୍ୟବସାୟୀମାନଙ୍କୁ ବିଏମ୍‌ସି ନିର୍ଦ୍ଦେଶ ଦେଇଛି। ମହାମାରୀ କରୋନା ପାଇଁ ହାଟକୁ ୪୫ ଦିନ ଲାଗି ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଛି।

ମତାମତ ଦିଅନ୍ତୁ ।