April 3, 2020

ଦିନକ ପାଇଁ ବିଧାନସଭା

ଭୁବନେଶ୍ୱର : କରୋନା ପାଇଁ ଚଳିତ ବଜେଟ ଅଧିବେଶନ ସ୍ଥଗିତ ରହିଛି। କିନ୍ତୁ ବ୍ୟୟ ମଞ୍ଜୁରୀ ବିଲ୍‌ ପାରିତ କରିବା ଆବଶ୍ୟକ ଥିବାରୁ ଦିନକ ପାଇଁ ଆସନ୍ତା ୩୦ ତାରିଖରେ ବିଧାନସଭାର ଅଧିବେଶନ ବସିବ। ତେବେ ବହୁ କମ୍‌ ସଂଖ୍ୟକ ବିଧାୟକଙ୍କୁ ନେଇ ଗୃହ କାର୍ଯ୍ୟ ଚାଲିବ। ସେହିଦିନ ସମସ୍ତ ବିଭାଗର ଖର୍ଚ୍ଚଦାବି ଗିଲୋଟିନ୍‌ରେ ପାରିତ ହେବା ପରେ ବ୍ୟୟ ମଞ୍ଜୁରୀ ପାରିତ କରାଯାଇ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ କରାଯିବ ବୋଲି ଜଣାପଡିଛି। ସୂଚନାଯୋଗ୍ୟ କରୋନା ସତର୍କତା ପାଇଁ ଗତ ୧୩ ତାରିଖରେ ବିଧାନସଭାକୁ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ମୁଲତବୀ କରାଯାଇଥିଲା।

Leave a Reply

Your email address will not be published. Required fields are marked *