April 6, 2020

ବାହାର ରାଜ୍ୟରେ ଫସିଛନ୍ତି ଅନେକ ଓଡିଆ

ଭୁବନେଶ୍ଵର : କରୋନାର ମୁକାବିଲା ପାଇଁ ଦେଶରେ ଜାରି ରହିଛି ୨୧ ଦିନିଆ ଲକ୍‌ଡାଉନ୍‌। ବସ, ରେଳ ଓ ବିମାନ ସେବା ବନ୍ଦ ହୋଇଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ବ୍ୟତୀତ ଆଉ ସବୁ ବନ୍ଦ। ଏଭଳି ପରିସ୍ଥିତି ବାହାର ରାଜ୍ୟରେ ରହିଥିବା ଓଡିଆଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। ସେମାନେ ଫସି ଯାଇଛନ୍ତି। ଭିଡିଓ ମାଧ୍ୟମରେ ଉଦ୍ଧାର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କରିଛନ୍ତି ନିବେଦନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରିସ୍ଥିତିକୁ ହୃଦୟଙ୍ଗମ କରି ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସହାୟତା କରିବାକୁ ଅନୁରୋଧ କରିଛନ୍ତି।

ଖବର ଅନୁଆଯାୟୀ ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାର ୬୦ରୁ ଉର୍ଦ୍ଧ୍ୱ ଦାଦନ ଶ୍ରମିକ କେରଳରେ ଫସିରହିଛନ୍ତି। ଗାଁ’କୁ ଫେରି ପାରୁନାହାନ୍ତି। କମଧନ୍ଦା ବନ୍ଦ ହୋଇଯିବାରୁ ପାଖରେ ପଇସା ନାହିଁ କି ମୁଣ୍ଡ ଗୁଞ୍ଜିବା ପାଇଁ ଜାଗା ନାହିଁ। ଓଳିଏ ଖାଇଲେ ଓଳିଏ ଉପାସରେ ରହୁଛନ୍ତି। ରାସ୍ତାକୁ ବାହାରିଲେ ପୁଲିସ ମାଡ ମାରୁଛି ବୋଲି ଜଣାଇଛନ୍ତି। ସେହିପରି ତିରୁପତି ଦର୍ଶନାର୍ଥୀ, କଳାହାଣ୍ଡି ଜିଲ୍ଲାର ୨୫ରୁ ଅଧିକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ୩୦ ଶ୍ରମିକ ଆନ୍ଧ୍ରରେ ଫସିଛନ୍ତି। ଏହାଛଡା ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକର ୭୦ଜଣ ଓଡ଼ିଆ ଶ୍ରମିକ ଦିଲ୍ଲୀରେ ଫସି ରହିଥିବା ବେଳେ ଅନ୍ୟ ରାଜ୍ୟରେ କେତେକ ଓଡିଆ ସମାନ ପରିସ୍ଥିତିର ସାମନା କରୁଛନ୍ତି।

Leave a Reply

Your email address will not be published. Required fields are marked *