April 3, 2020

କର କ୍ଲିନିକ୍‌ ନଯିବାକୁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ

ଭୁବନେଶ୍ୱର : ରାଜ୍ୟରେ ଆଉ ଜଣେ କରୋନା ରୋଗୀ ଗତକାଲି ଚିହ୍ନଟ ହୋଇଛି। ଏହି ରୋଗୀ ଜଣଙ୍କ ଭୁବନେଶ୍ୱର ସ୍ଥିତ କର କ୍ଲିନିକ୍‌କୁ ଯାଇଥିବାରୁ ସେଠାକୁ ନଯିବାକୁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି। ସେ ପ୍ରଥମେ ମାର୍ଚ୍ଚ ୨୧ ତାରିଖରେ କର କ୍ଲିନିକ୍ ଯାଇଥିଲେ। ପରେ ୨୪ ତାରିଖରେ ସେଠାରେ ଆଇସିୟୁରେ ଗୋଟିଏ ଦିନ ରହିଥିଲେ। ତାଙ୍କ ଚିକିତ୍ସା କରିଥିବା ଡାକ୍ତର, ନର୍ସ ଓ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଆଇସୋଲେସନ୍‌ରେ ରଖିବାକୁ ବ୍ୟବସ୍ଥା କରିବାକୁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି। କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଏହି ବ୍ୟକ୍ତି ଜଣଙ୍କ ଭୁବନେଶ୍ୱରର। ତାଙ୍କ ବୟସ ୬୦ ବର୍ଷ।

Leave a Reply

Your email address will not be published. Required fields are marked *