April 3, 2020

ହୋମ୍ ଡେଲିଭରି ପାଇଁ ମଲ୍‌ର ନାଁ ଓ ଫୋନ୍‌ ନମ୍ବର ଜାରି କଲା ବିଏମ୍‌ସି

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ଵର ବାସୀଙ୍କୁ ଲକ୍‌ଡାଉନ୍‌ ସମୟରେ ହୋମ୍ ଡେଲିଭରି ମାଧ୍ୟମରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବାପାଇଁ ଭୁବନେଶ୍ଵର ମହା ନଗର ନିଗମ (ବିଏମ୍‌ସି) ପକ୍ଷରୁ ୨୮ଟି ମଲ୍‌ ଓ ଷ୍ଟୋରକୁ ତାଲିକାଭୁକ୍ତ କରାଯାଇଛି। ଏହିସବୁ ମଲ୍‌ ସକାଳ ୭ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ହୋମ୍ ଡେଲିଭରି ମାଧ୍ୟମରେ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବେ। ବିଏମ୍‌ସି ପକ୍ଷରୁ ମଲ୍‌ ଗୁଡ଼ିକର ଠିକଣା ଓ ଏହାର ମ୍ୟାନେଜରମାନଙ୍କ ଫୋନ୍‌ ନମ୍ବର ସହ ଏକ ତାଲିକା ପ୍ରକାଶ କରାଯାଇଛି।

ହ୍ୱାଟ୍ସଆପ୍‌ ନମ୍ବରରେ ଗ୍ରାହକମାନେ ସାମଗ୍ରୀ ଓ ପରିମାଣ ଅର୍ଡର କରିପାରିବେ। ଘରେ ଜିନିଷ ପହଞ୍ଚିଲା ପରେ ସେମାନେ ପେମେଣ୍ଟ କରି ପାରିବେ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି। ଏହାଛଡା କଟକ ଓ ଭୁବନେଶ୍ୱରରେ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଦୋକାନ ଗୁଡ଼ିକର ଖୋଲିବା ସମୟ ଉପରେ କଟକଣାକୁ ହଟାଇ ଦିଆଯାଇଛି। ଭିଡ଼କୁ ଦୃଷ୍ଟିରେ ବ୍ୟବସାୟୀମାନେ ଯେତେବେଳ ପର୍ଯ୍ୟନ୍ତ ଚାହିଁବେ ଦୋକାନ ଖୋଲା ରଖିପାରିବେ ବୋଲି ପୋଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଟ୍ୱିଟ୍ କରି କହିଛନ୍ତି।

Leave a Reply

Your email address will not be published. Required fields are marked *