April 3, 2020

କରୋନା ରୋଗୀଙ୍କ ସଂସ୍ପର୍ଶରେ ବିଧାନସଭା କର୍ମଚାରୀ, ଲୋକସେବା ଭବନରେ ହେବ ବିଧାନସଭା

ଭୁବନେଶ୍ୱର : ଓଡ଼ିଶାରେ ତୃତୀୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ଜଣେ ବିଧାନସଭା କର୍ମଚାରୀ। ସେଥିପାଇଁ ଆସନ୍ତା ୩୦ ତାରିଖରେ ଲୋକସଭା ଭବନରେ ବିଧାନସଭା ବସିବ ଓ ୩୧ରେ ବ୍ୟୟ ମଞ୍ଜୁରୀ ବିଲ୍ ଆଗତ ହେବ। ଆଜି ଏହି ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର।

ଶ୍ରୀ ପାତ୍ର କହିଛନ୍ତି ଗତକାଲି ରାତିରେ ଆମେ ଜାଣିବାକୁ ପାଇଲୁ ବିଧାନସଭାର ଜଣେ କର୍ମଚାରୀ ତୃତୀୟ କରୋନା ରୋଗୀ ସଂସ୍ପର୍ଶରେ ଆସିଛନ୍ତି। ତେଣୁ ସମସ୍ତ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନ୍‌ରେ ରହିବା ପାଇଁ କୁହାଯାଇଛି। ଏହାଛଡା ବିଧାନସଭା କୋଠାକୁ ଡିସ୍‌ଇନ୍‌ଫେକ୍ସନ୍‌ କରିବା ଆବଶ୍ୟକ ହୋଇପଡ଼ିଛି। ସେ କହିଛନ୍ତି ଲୋକସେବା ଭବନ କନ୍‌ଭେନ୍‌ସନ୍ ହଲ୍‌ରେ ବିଧାନସଭା ବସିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଧାୟକମାନେ ଦୁଇ ମିଟର ଦୂରରେ ବସିବେ। ତେଣୁ ସବୁ ଦଳର ନେତାଙ୍କୁ ସେମାନଙ୍କର ୩୦ ପ୍ରତିଶତ ବିଧାୟକଙ୍କୁ ନେଇକି ଆସିବାକୁ କୁହାଯାଇଥିବା ବେଳେ ବିଧାୟକଙ୍କୁ ନଅଟକାଇବାକୁ ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଜଣାଇ ଦେଇଛୁ।

Leave a Reply

Your email address will not be published. Required fields are marked *