ସଟ୍‌ ଡାଉନ୍ ଉଠିଲା : ସୋମବାର ସକାଳେ ଖୋଲିବ ୩ ସହରରେ ଦୋକାନ

Breaking News ରାଜ୍ୟ

ଭୁବନେଶ୍ୱର : କରୋନା ସଂକ୍ରମଣ ରୋକିବା ଲାଗି ଭୁବନେଶ୍ୱର, କଟକ ଓ ଭଦ୍ରକରେ ଲାଗୁ ହୋଇଥିବା ସଟ୍‌ ଡାଉନ୍ କଟକଣା ଆଜି ରାତି ୮ଟାରେ ହଟାଇ ଦିଆଯାଇଛି। କିନ୍ତୁ ଲକ୍‌ ଡାଉନ୍‌ ବଳବତ୍ତର ରହିଛି। ତେଣୁ ଏହି ତିନି ସହରରେ ତେଜରାତି ଦୋକାନ ଗୁଡ଼ିକ ଆସନ୍ତାକାଲି ସକାଳ ୭ ଟାରୁ ଖୋଲିବ ବୋଲି ରାଜ୍ୟ ବ୍ୟବସାୟୀ ମହାସଂଘ କହିଛି। ଦୋକାନ ଗୁଡ଼ିକରେ ଲୋକଙ୍କ ଗହଳି କମାଇବାକୁ ବିଭିନ୍ନ ବସ୍‌ଷ୍ଟପ୍‌ ଓ ମ୍ୟୁନିସିପାଲିଟି ଦୋକାନରେ ଅତିରିକ୍ତ କାଉଣ୍ଟର ଖୋଲିବାକୁ ଯୋଜନା ଥିବା ମହାସଂଘ ସଂପାଦକ ସୁଧାକର ପଣ୍ଡା ସୂଚନା ଦେଇଛନ୍ତି। ସରକାର ଅନୁମତି ଦେଲେ ତାହା କାର୍ଯ୍ୟକାରୀ ହେବ। ତେବେ ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଖାଉଟି ସାମଗ୍ରୀ ମହଜୁଦ ଥିବାରୁ ଲୋକମାନେ ଆତଙ୍କିତ ହୋଇ ସାମଗ୍ରୀ କିଣିବା ପାଇଁ ଦୋକାନରେ ଗହଳି ନକରିବାକୁ ସେ ଅନୁରୋଧ କରିଛନ୍ତି।

ମତାମତ ଦିଅନ୍ତୁ ।