ଓଡିଶାବାସୀ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ ମାନିଲେ

Breaking News ରାଜ୍ୟ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶ ଅନୁଯାୟୀ ସମଗ୍ର ଦେଶବାସୀଙ୍କ ସମେତ ଓଡ଼ିଶାବାସୀ ଆଜି ରାତି ୯ରୁ ୯ ମିନିଟ ପାଇଁ ବିଜୁଳି ଆଲୁଅ ବନ୍ଦକରିଥିଲେ। ଘର ସମ୍ମୁଖ ଓ ବାଲକୋନିରେ ଜାଲିଥିଲେ ଦୀପ ଓ ମହମବତୀ। ଆଉ କିଏ ଟର୍ଚ୍ଚ ଲାଇଟ କିମ୍ବା ମୋବାଇଲ ଫ୍ଲାସ ଲାଇଟ ଜଳାଇଥିଲେ। ରାଜଧାନୀ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା, ଭଦ୍ରକ, ବାରିପଦା ଆଦି ସହରଠାରୁ ଆରମ୍ଭକରି ଗାଁ ପର୍ଯ୍ୟନ୍ତ ଏହି ଦୃଶ୍ୟ ଦେଖିବାକୁ ମିଳିଛି। ଏହା ପୂର୍ବରୁ ରାଜ୍ୟ ସରକାର ଏକ ଗାଇଡଲାଇନ ଜାରି କରିଥିଲେ। ଶକ୍ତି ବିଭାଗ ପକ୍ଷରୁ ଆଡଭାଇଜରିରେ ଥିଲା ଘରର ମେନ ସୁଇଚ ବନ୍ଦ କରିବେ ନାହିଁ। ଏକ ଥରକେ ଲାଇଟ ସ୍ୱିଚ ବନ୍ଦ କରିବେ ନାହିଁ। ଅନ୍ୟ ଉପକରଣରେ ସ୍ୱିଚ ବନ୍ଦ କରିବେ ନାହିଁ। ସବୁ ସୁଇଚ ବନ୍ଦ କରିଦେଲେ ଗ୍ରିଡ ଉପରେ ପ୍ରଭାବ ପଡ଼ିପାରେ ବୋଲି କୁହାଯାଇଥିଲା।

ଗୁରୁବାର ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଭିଡିଓ ବାର୍ତ୍ତା ଜରିଆରେ ନିବେଦନ କରିଥିଲେ ଆଗାମୀ ୫ ତାରିଖ ରାତି ୯ଟାରେ ୯ ମିନିଟ ପାଇଁ ଦୀପ ଜଲାନ୍ତୁ। ଏହି ଦୀପ ଜାଳିବା ଦ୍ୱାରା ଅନ୍ଧାର ଭିତରେ କରୋନାକୁ ମୁକାବିଲା କରିହେବ। ଦେଶର ୧୩୦ କୋଟି ଜନତା ମିଳିତ ଭାବେ ମହାଶକ୍ତିର ଜାଗରଣ କରନ୍ତୁ ଓ ଆମର ସଂକଳ୍ପ ନିଅନ୍ତୁ ବୋଲି ସେ କହିଥିଲେ।

ମତାମତ ଦିଅନ୍ତୁ ।