ଭଦ୍ରକରେ ସାମାଜିକ ଦୂରତ୍ୱକୁ ଗୁରୁତ୍ଵ: ଲାଗୁହେଲା ନୂଆ ନିୟମ

ଭୁବନେଶ୍ଵର : ଭଦ୍ରକରୁ ସଟ୍ ଡାଉନ୍ କଟକଣା ହଟିବା ପରେ ଜାରି ରହିଛି ଲକ୍ ଡାଉନ୍। କିନ୍ତୁ ସାମାଜିକ ଦୂରତ୍ୱ ନିୟମକୁ କଡାକଡି ପାଳନ କରାଯାଉଛି। ନିୟମ କୋହଳ ସମୟରେ ଲୋକଙ୍କ ଭିଡ ବାଢୁଥିବାରୁ ଜିଲ୍ଲାପ୍ରଶାସନ ଏବେ ନୂଆ କଟକଣା ଲଗାଇଛି। ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବା ପାଇଁ ଅଧିକ ସମୟ ଦିଆଯାଇଛି। କିନ୍ତୁ ବାଇକ ଓ ଘରୋଇ ଗାଡି ଉପରେ ଲାଗିଛି ଲଗାମ। ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ଅନୁଯାୟୀ ପରିବା ହାଟ ସହ ତେଜରାତି ଦୋକାନ ସକାଳ ୬ଟା ରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଖୋଲା ରହିବ। ସେହିପରି କ୍ଷୀର ଓ ଫଳ ଦୋକାନ ସକାଳ ୬ଟା ରୁ ରାତି୧୦ଟା ପର୍ଯ୍ୟନ୍ତ ଖୋଲିବା ପାଇଁ କୁହାଯାଇଥିବା ବେଳେ କୌଣସି ସମୟରେ ବି ବିନା ଅନୁମତିରେ ବାଇକ କିମ୍ବା ବ୍ୟକ୍ତିଗତ ଗାଡି ଚଳାଇଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ସ୍ପଷ୍ଟ କରାଯାଇଛି।

ମତାମତ ଦିଅନ୍ତୁ ।