କେନ୍ଦ୍ରାପଡ଼ାର ଯୁବକ କରୋନା ପଜିଟିଭ

Breaking News ରାଜ୍ୟ

ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ଆଉ ଜଣେ କରୋନା ସଂକ୍ରମିତ। ଗତ ମାସ ୨୪ ତାରିଖରେ ଦୁବାଇରୁ ଫେରିଥିବା କେନ୍ଦ୍ରାପଡ଼ାର ୩୨ ବର୍ଷୀୟ ଯୁବକ କରୋନା ପଜିଟିଭ ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ କୋରନା ସଂକ୍ରମିତ ସଂଖ୍ୟା ୪୦ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୨ ଜଣ ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି। ଗତକାଲି ରାଜ୍ୟରେ ୧୮ଟି କରୋନା ପଜିଟିଭ ଚିହ୍ନଟ ହୋଇଥିଲେ।

ମତାମତ ଦିଅନ୍ତୁ ।