କମିସନରେଟ୍ ପୋଲିସର ସଂଧ୍ୟା ୭ରୁ ସକାଳ ୭ କର୍ଫ୍ୟୁ ନିର୍ଦ୍ଦେଶନାମା

ଭୁବନେଶ୍ୱର : କରୋନା ମୁକାବିଲା ପାଇଁ ଦେଶରେ ଲାଗୁ ହୋଇଛି ୪ର୍ଥ ପର୍ଯ୍ୟାୟ ଲକଡାଉନ। ଏହାର ସମୟସୀମା ମେ’ ୩୧ପର୍ଯ୍ୟନ୍ତ ରହିଛି। ଏଥିପାଇଁ ନୂତନ ନିୟମାବଳୀ ଜାରି କରାଯାଇଛି। ଏହି ସଂଶୋଧିତ ଗାଇଡଲାଇନରେ ପୂର୍ବଠାରୁ କିଛି କଟକଣା କୋହଳ ହୋଇଥିଲେ ହେଁ ନାଇଟ୍ କର୍ଫ୍ୟୁ ଜାରି ରହିବ।

ଗୃହ ମନ୍ତ୍ରାଳୟର ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ ଜରୁରୀ କାର୍ଯ୍ୟକଳାପ ବ୍ୟତୀତ ସନ୍ଧ୍ୟା ୭ ରୁ ସକାଳ ୭ଟା ମଧ୍ୟରେ ଲୋକମାନଙ୍କ ଗମନାଗମନ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଏ ନେଇ ଭୁବନେଶ୍ଵର-କଟକ କମିସନରେଟ୍ ପୋଲିସ ପକ୍ଷରୁ ସିଆରପିସିର ଧାରା ୧୪୪ ଅଧିନରେ କର୍ଫ୍ୟୁ ନିର୍ଦ୍ଦେଶନାମା ଜାରି କରାଯାଇଥିବା ବେଳେ ଏହାର କଠୋର ଅନୁପାଳନ କରାଯିବ ବୋଲି ସୂଚନା ଦିଆଯାଇଛି। ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ‘ନାଇଟ୍ କର୍ଫ୍ୟୁ’ର ଅନୁପାଳନ କରିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି।

ମତାମତ ଦିଅନ୍ତୁ ।