ସବୁ ସରକାରୀ କର୍ମଚାରୀ ମଙ୍ଗଳବାରଠାରୁ ଅଫିସ୍ ଆସିବେ, ଜାରି ହେଲା ନିର୍ଦ୍ଦେଶନାମା

ଭୁବନେଶ୍ୱର : କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର କର୍ମଚାରୀଙ୍କ ଅଫିସ ଆସିବା ଉପରେ କଟକଣା ଲାଗୁ କରିଥିଲେ। ଆଜି ଏହାକୁ ପ୍ରତ୍ୟାହାର କରାଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶନାମା। ତେଣୁ ଆସନ୍ତାକାଲିଠାରୁ ସମସ୍ତ କର୍ମଚାରୀ ଅଫିସ୍ ଆସିବେ। କିନ୍ତୁ ସାମାଜିକ ଦୂରତ୍ୱକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସୋମବାର ଜାରି ନିର୍ଦ୍ଦେଶନାମା ଅନୁଯାୟୀ କେତେକ କର୍ମଚାରୀଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତ ବିଭାଗ ଓ ଅନ୍ୟାନ୍ୟ ସରକାରୀ ଅଫିସରେ କାର୍ଯ୍ୟରତ କର୍ମଚାରୀମାନେ ଆସନ୍ତାକାଲିଠାରୁ ଡ୍ୟୁଟି କରିବେ। ଯେଉଁ ସରକାରୀ କର୍ମଚାରୀ ଇନଫ୍ଲୁଏଜା ଯୋଗୁ ଅସୁସ୍ଥ ଥିବେ କିମ୍ବା ନିଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟା ଅନୁଭବ କରୁଥିବେ ସେମାନଙ୍କୁ ଅଫିସ ମନା। ଛୁଟି ନେଇ ଘରେ ରହିପାରିବେ। ସେହିପରି ଯେଉଁ କର୍ମଚାରୀମାନେ କଣ୍ଟେନମେଣ୍ଟ ଜୋନରେ ରହୁଥିବେ ସେମାନେ ଅଫିସ୍ ଆସିବେ ନାହିଁ। ନିଜର ଉପରିସ୍ତ ଅଧିକାରୀଙ୍କୁ ଏ ବିଷୟରେ ଅବଗତ କରିବେ। ସାମାଜିକ ଦୂରତ୍ୱ ନିୟମକୁୂ ଅଫିସରେ କଡ଼ାକଡ଼ି ଭାବେ ସମ୍ପୃକ୍ତ ଅଫିସ ଦାୟିତ୍ୱରେ ଥିବା ଅଧିକାରୀ ପାଳନ କରିବେ। ଯଦି ଅଫିସ ଜାଗା କମ୍ ଥିବ ତା’ହେଲେ ବିଭାଗ ପକ୍ଷରୁ ସେଠାରେ ରୋଷ୍ଟେର ଡ୍ୟୁଟି ବ୍ୟବସ୍ଥା କରାଯିବ। ଯାହାଫଳରେ ସରକାରୀ କାମ ପ୍ରଭାବିତ ହେବ ନାହିଁ ବୋଲି କୁହାଯାଇଛି।

ମତାମତ ଦିଅନ୍ତୁ ।