ନୟାଗଡ : କୁରାଳ ପଞ୍ଚାୟତକୁ ସଟ୍ ଡାଉନ୍ ଘୋଷଣା କଲେ ସରପଞ୍ଚ

ଭୁବନେଶ୍ଵର : ନୟାଗଡ ଜିଲ୍ଲା କୁରାଳ ପଞ୍ଚାୟତର କ୍ଵାରେଣ୍ଟାଇନ୍ ସେଣ୍ଟରୁ ୧୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ପଞ୍ଚାୟତକୁ ସଟ୍ ଡାଉନ୍ ଘୋଷଣା କରିଛନ୍ତି ସରପଞ୍ଚ ଝିଲି ପ୍ରଧାନ। ଶୁକ୍ରବାର ସନ୍ଧ୍ୟା ୬ଟା ରୁ ୨୪ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ସଟ୍ ଡାଉନ୍ ବଳବତ୍ତର ରହିବ। ସରପଞ୍ଚ ଝିଲି ଏହି ପଦକ୍ଷେପ ନେଇଥିବା ବେଳେ ଜିଲ୍ଲାପାଳଙ୍କ ସମେତ ସମସ୍ତ ଅଧିକାରୀଙ୍କୁ ଚିଠି ଲେଖି ଏ ସମ୍ପର୍କରେ ଅବଗତ କରିଛନ୍ତି।

ଖବର ଅନୁଯାୟୀ କୁରାଳ ପଞ୍ଚାୟତରେ ତିନୋଟି କ୍ଵାରେଣ୍ଟାଇନ୍ ସେଣ୍ଟର ରହିଛି। ଏଥିରେ ରହିଛନ୍ତି ୮୬ ଜଣ ସୁରଟ ଫେରନ୍ତା। କିନ୍ତୁ ଗୁରବାର ଏହି ଅଞ୍ଚଳରୁ ୧୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଶୁକ୍ରବାର ଆଉ ୬ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟାର ବାତାବରଣ ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ସଂକ୍ରମଣ ରୋକିବା ପାଇଁ ସରପଞ୍ଚ ପଞ୍ଚାୟତକୁ ସଟ୍ ଡାଉନ୍ ଘୋଷଣା କରିଥିବା ବେଳେ ଅଙ୍ଗନଓବାଡି କର୍ମୀ, ଆଶାକର୍ମୀ, ପୋଲିସ କର୍ମଚାରୀ ଓ କିଛି ସମାଜସେବୀଙ୍କୁ ନେଇ ଗାଁ ଲୋକମାନଙ୍କୁ ସଚେତନ କରୁଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।