ବାରିପଦା : ଲକ୍‌ଡାଉନ୍‌ କଟକଣା ଉଲଂଘନକାରୀଙ୍କୁ ପୋଲିସର ତାଗିଦ୍

ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ ୪ର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ କଟକଣାକୁ କଡାକଡି କରାଯାଇଛି। ଦୋକାନ ସକାଳ ୭ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲାବାକୁ ନିର୍ଦ୍ଦେଶ ଥିବା ବେଳେ ବାରିପଦା ସହରରେ କେତେକ ନିୟମ ଉଲଂଘନ କରୁଥିବାରୁ ପୋଲିସ ଆରମ୍ବ କରିଛି ଚଢଉ। ସେହିପରି ସନ୍ଧ୍ୟା ୭ରୁ ସକାଳ ୭ ପର୍ଯ୍ୟନ୍ତ ବିନା କାରଣରେ ବାହାରେ ବୁଲିବାକୁ ବାରଣ କରାଯାଇ ଥିଲେ ହେଁ କିଛି ଅମାନିଆ ଏହାକୁ ମାନିବାକୁ ନାରାଜ। ସହରର ବିଭିନ୍ନ ପ୍ରମୁଖ ଛକ ଓ ସ୍ଥାନଗୁଡ଼ିକରେ ଏହି ଅମଣିଆଙ୍କୁ ପୋଲିସ ତାଗିଦ କରିଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।