ସୁନ୍ଦରଗଡରେ ୫ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ଵର : ସୁନ୍ଦରଗଡ ଜିଲ୍ଲାରେ ଆଜି ୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ଦୁଇଜଣ ପୁରୁଷ ଓ ତିନିଜଣ ମହିଳା। ସମସ୍ତେ ମହରାଷ୍ଟ୍ର ଫେରନ୍ତା। କ୍ଵାରେଣ୍ଟାଇନ ସେଣ୍ଟରରେ ଥିଲେ ବୋଲି ଜିଲ୍ଲାପାଳ ନିଖିଲ ପୱନ କଲ୍ୟାଣ ସୂଚନା ଦେଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତମାନଙ୍କୁ ରାଉରକେଲ କୋଭିଡ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି।

ମତାମତ ଦିଅନ୍ତୁ ।