ଝାରସୁଗୁଡ଼ାରେ ଦୁଇ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ଵର : ଝାରସୁଗୁଡ଼ା ଜିଲ୍ଲାରେ ରାଜ୍ୟରେ ଆଜି ଦୁଇଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ବର୍ଷକର ଶିଶୁ କନ୍ୟା ଅଛନ୍ତି। ରକ୍ତ ଓ ସ୍ୱାବ୍‌ ଟେଷ୍ଟ ପରେ ଶିଶୁଟି କରୋନାରେ ଆକ୍ରାନ୍ତ ହୋଇଥିବା ଟ୍ୱିଟ ଯୋଗେ ଜିଲ୍ଲାପାଳ ସରୋଜ କୁମାର ସାମଲ ସୂଚନା ଦେଇଛନ୍ତି। ଗତକାଲି ଉକ୍ତ ପରିବାରର ଜଣେ ୫ ବର୍ଷର ଶିଶୁପୁତ୍ର କରୋନାରେ ଆକ୍ରାନ୍ତ ହୋଇଥିଲେ। ବାହାର ରାଜ୍ୟରୁ ଫେରି ଉକ୍ତ ପରିବାର କ୍ୱାରେଣ୍ଟାଇନ୍‌ରେ ଥିଲେ। ଏହାବ୍ୟତୀତ ବ୍ରଜରାଜନଗରର ଜଣେ ୪୦ ବର୍ଷୀୟ ବ୍ୟକ୍ତି କରୋନା ପଜିଟିଭ ଭାବେ ଚିହ୍ନଟ ହୋଇଛନ୍ତି। ସେ ମହାରାଷ୍ଟ୍ର ଫେରନ୍ତା। କ୍ୱାରେଣ୍ଟାଇନ୍‌ରେ ଥିଲେ। ନମୁନା ପରୀକ୍ଷା ପରେ ତାଙ୍କର ପଜିଟିଭ ଆସିଥିବା ଜିଲ୍ଲାପାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ମତାମତ ଦିଅନ୍ତୁ ।