ଦଶପଲ୍ଲାରେ ଅଟକି ଥିବା ୧୩୦ ପ୍ରବାସୀଙ୍କୁ ବ୍ଲକ ପ୍ରଶାସନର ସହାୟତା

ଦଶପଲ୍ଲା : ଅମ୍ପନ ବାତ୍ୟା ପାଇଁ ବିଭିନ୍ନ ଜିଲ୍ଲା (ଖୋର୍ଦ୍ଧା, ପୁରୀ, ଯାଜପୁର, ଅନୁଗୁଳ, ଜଗତସିଂହପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, କଟକ)ର ୧୩୦ ଜଣ ପ୍ରବାସୀ ଓଡ଼ିଆ ନୟାଗଡ ଜିଲ୍ଲାର ଦଶପଲ୍ଲାଠାରେ ଅଟକି ଯାଇଥିଲେ। ସେମାନଙ୍କୁ ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ବ୍ଲକ ପ୍ରଶାସନ ଦଶପଲ୍ଲାରେ ରଖିବାର ବ୍ୟବସ୍ଥା କରିଥିଲେ। ଖମାରସାହି ପଞ୍ଚାୟତରେ ୪୩ଜଣ ଓ ବାଣୀଗୋରେ ୭୮ ଜଣଙ୍କୁ କ୍ଵାରେରଣ୍ଟାଇନ ରଖି ସେମାନଙ୍କ ଜିଲ୍ଲାର ପ୍ରଶାସନ ସହିତ କଥାବାର୍ତ୍ତା କରି ଆଜି ପୂର୍ବାହ୍ନରୁ ସେମାନଙ୍କୁ ସ୍ୱତନ୍ତ୍ର ବସ ମାଧ୍ୟମରେ ନିଜ ନିଜ ଜିଲ୍ଲାକୁ ପଠେଇବାର ସମସ୍ତ ସହଯୋଗ କରିଥିଲେ ଦଶପଲ୍ଲା ବ୍ଲକ ପ୍ରଶାସନ। ସେହିପରି ସୁରତରୁ ଗଞ୍ଜାମ ଅଭିମୁଖେ ଆସୁଥିବା ଏକ ବସ ଦଶପଲ୍ଲାଠାରେ ପୁରୀ ଜିଲ୍ଲାର ବ୍ରହ୍ମଗିରି ବ୍ଲକର ୯ଜଣ ପ୍ରବାସୀଙ୍କୁ ଓହ୍ଲାଇ ଛାଡି ପଳେଇଥିବା ଲୋକଙ୍କୁ ଦଶପଲ୍ଲା ବ୍ଲକର ବିଡ଼ିଓ ପୁରୀ ଜିଲ୍ଲା ପ୍ରଶାସନ ସହ ବାର୍ତ୍ତାଳାପ କରି ଏକ ସ୍ୱତନ୍ତ୍ର ଗାଡି ଯୋଗାଡ଼ କରି ସେମାନଙ୍କ ଜିଲ୍ଲାକୁ ପଠେଇବାର ବନ୍ଦୋବସ୍ତ କରିଥିଲେ।ଏଥିସହ ଦଶପଲ୍ଲା ବ୍ଲକ ପ୍ରଶାସନକୁ ୨ଦିନ ଧରି ପୂର୍ଣ୍ଣ ସହଯୋଗ କରିଥିଲେ ଦଶପଲ୍ଲା ବ୍ଲକର କିଛି କର୍ମଚାରୀ ସେମାନେ ହେଲେ ଅଞ୍ଜଳି ନାୟକ, ମେନକା ମଲ୍ଲିକ,ପ୍ରଭାତ ବେହେରା, ମୁରଲୀଧର ବାରକି ଏଥିସହ ଦଶପଲ୍ଲା ପୋଲିସ ଓ ବାଣୀଗୋଛା ପୋଲିସ ମଧ୍ୟ୍ୟ ସହଯୋଗ କରିଥିଲେ। ଏହାସହ ଅନ୍ୟ ଏକ ବସ ଯୋଗେ ଆସୁଥିବା ପ୍ରବାସୀ ଓଡ଼ିଆଙ୍କ ବସ ଦଶପଲ୍ଲା ବ୍ଲକ ସମ୍ମୁଖରେ ଟାୟାର ପଙ୍କଚର ହେବାରୁ ଗତ ରାତିରେ ଦଶପଲ୍ଲା ବ୍ଲକ ପ୍ରଶାସନ ମଧ୍ୟ୍ୟ ଗାଡି ମରାମତି କରିବାରେ ସମସ୍ତ ସହଯୋଗର ହାତ ବଢ଼ାଇ ସେମାନଙ୍କ ଗନ୍ତବ୍ୟସ୍ଥଳ ପଠାଇଥିଲେ। ଦଶପଲ୍ଲା ବ୍ଲକର ବିଡ଼ିଓ ଦେଵୀ ପ୍ରସାଦ ମହାନ୍ତିଙ୍କ ଏପରି ଲୋକାଭିମୁଖୀ କାର୍ଯ୍ୟ ପାଇଁ ଦଶପଲ୍ଲାର ଜନସାଧାରଣ ସାଧୁବାଦ ଜଣାଇଛନ୍ତି। କିଛି ଲୋକ ମଧ୍ୟ ଦଶପଲ୍ଲାର ବିଡ଼ିଓଙ୍କୁ ସ୍ୱତନ୍ତ୍ର କରୋନା ଯୋଦ୍ଧାର ଆଖ୍ୟା ଦେଇଛନ୍ତି।

ମତାମତ ଦିଅନ୍ତୁ ।