ଲିଙ୍ଗେଶ୍ୱର ଘାଟରେ ବୁଡ଼ିଗଲା ୫ ହାଇୱା

ଯାଜପୁର: ବାଲି ଉଠାଇବା ବେଳେ ହଠାତ ଚେକ୍ ପୋଷ୍ଟରୁ ପାଣି ଛାଡ଼ିବାରୁ ବୁଡ଼ି ଯାଇଛି ୫ ହାଇୱା । ଘଟଣା ଘଟିଛି ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଲିଙ୍ଗେଶ୍ୱର ଘାଟରେ । ତେବେ ଚାଳକ ଓ ଅନ୍ୟ କର୍ମଚାରୀମାନେ ଦୌଡ଼ି ପଳାଇ ଆସିବାରୁ ଅଳ୍ପକେ ବର୍ତି ଯାଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଲିଙ୍ଗେଶ୍ୱର ଘାଟକୁ ନିଷିଦ୍ଧାଚଂଳ ଘୋଷଣା କରାଯାଇଛି । ଏହାସତ୍ୱେ କିଛି ଅମାନିଆ ହାଇୱା ଚାଳକ ନିୟମ ଉଲ୍ଲଙ୍ଘନ କରି ବାଲି ଉଠାଇବାକୁ ଯାଇଥିଲେ । ଏହି ସମୟରେ ହଠାତ ଚେକ୍ ପୋଷ୍ଟରେ ପାଣି ଛାଡ଼ିଥିଲା । ହାଇୱା ଚାଳକ ଗାଡ଼ିକୁ ଉପରକୁ ଆଣିବାକୁ ଚେଷ୍ଟା କରିଥିଲେ । ହେଲେ ସମ୍ଭବ ହୋଇନଥିଲା । ଫଳରେ ସେମାନେ ଗାଡ଼ି ଛାଡ଼ି ଦୌଡ଼ି ପଳାଇ ଆସିଥିଲେ । ଯାହାଦ୍ୱାରା ସେମାନେ ନିଶ୍ଚିତ ମୃତ୍ୟୁରୁ ବଂଚି ଯାଇଥିଲେ । ହେଲେ ଗାଡ଼ିଗୁଡ଼ିକ ବୁଡ଼ି ଯାଇଥିଲା ।

ମତାମତ ଦିଅନ୍ତୁ ।