ଗରାବଡ଼ୁ ସେବକଙ୍କର ହେବ କରୋନା ଟେଷ୍ଟ

ପୁରୀ: ଶ୍ରୀମନ୍ଦିର ସେବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ଗରାବଡ଼ୁ ସେବକମାନଙ୍କର ହେବ କରୋନା ଟେଷ୍ଟ । ଗରାବଡ଼ୁ ସେବକମାନଙ୍କ ସହ ମନ୍ଦିର ପ୍ରଶାସନର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତି ହୋଇଥିବା ନିଯୋଗ ସମ୍ପାଦକ ରଜତ ପ୍ରତିହାରୀ ସୂଚନା ଦେଇଛନ୍ତି । ଆସନ୍ତା ଜୁନ୍ ୫ ସ୍ନାନ ପୂର୍ଣ୍ଣିମା ଥିବାବେଳେ ୩ତାରିଖ ସୁଦ୍ଧା ସମସ୍ତଙ୍କର ଟେଷ୍ଟ କରାଯାଇ ରିପୋର୍ଟ ଆଣିବାକୁ ପ୍ରଶାସନ ଲକ୍ଷ୍ୟ ରଖିଛି । ତେଣୁ ୨୯ ଓ ୩୦ ତାରିଖରେ ସମସ୍ତ ୧୭୨ ଗରାବଡ଼ୁ ସେବକଙ୍କ ଟେଷ୍ଟ ପାଇଁ ନମୁନା ସଂଗ୍ରହ କରାଯିବ ବୋଲି ଜଣାପଡ଼ିଛି । ଏହା ସହ ଅନ୍ୟ ସେବାୟତମାନଙ୍କର ଟେଷ୍ଟ ପାଇଁ ନିଯୋଗ ଗୁଡ଼ିକ ସହ ଆଲୋଚନା ଚାଲିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।

ମତାମତ ଦିଅନ୍ତୁ ।