ବାଇକରୁ ପଡ଼ି ଅଙ୍ଗନବାଡ଼ି କର୍ମୀଙ୍କ ମୃତ୍ୟୁ

କେନ୍ଦୁଝର: ବାଇକରୁ ପଡ଼ି ଅଙ୍ଗନବାଡ଼ି କର୍ମୀଙ୍କ ମୃତ୍ୟୁ । ଏଭଳି ଏକ ଦଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍ ଗଁପୁର ପଚାଂୟତରେ । ମୃତକ ହେଲେ ପୁଷ୍ପଲତା ଜେନା । ସେ ଆଜି ତାଙ୍କ ପୁଅଙ୍କ ବାଇକରେ ବସି ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଉଥିଲେ । ବାଟରେ ମୁଣ୍ଡ ବୁଲାଇ ଥିଲା । ସେ ବାଇକରୁ ପଡ଼ି ଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ପୁଲିସ ପହଂଚି ଶବ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଛି । ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ୍ କହିଛି ।

ମତାମତ ଦିଅନ୍ତୁ ।