ପ୍ରଧାନମନ୍ତ୍ରୀଙ୍କ ଘୋଷଣାର ୨୪ ଘଣ୍ଟା ଭିତରେ ମିଳିଲା ୫୦୦ କୋଟି ବାତ୍ୟା ସହାୟତା

ଭୁବନେଶ୍ଵର : ସାମୁଦ୍ରିକ ବାତ୍ୟା ଅମ୍ଫାନ କ୍ଷୟକ୍ଷତି ଅନୁଧ୍ୟାନ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଓଡ଼ିଶା ପାଇଁ ୫୦୦ କୋଟିର ଅଗ୍ରିମ ସହାୟତା ଘୋଷଣା କରିଥିଲେ। ଏହି ଘୋଷଣାର ୨୪ ଘଣ୍ଟା ନପୂରଣୁ ରାଜ୍ୟ ସରକାରଙ୍କୁ ସହାୟତା ବାବଦ ଅର୍ଥ ମିଳିଯାଇଛି। କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରାଳୟ ଏହି ଅର୍ଥ ପ୍ରଦାନ କରିଥିବାରୁ ସ୍ଵତନ୍ତ୍ର ସ୍ଵତନ୍ତ୍ର ରିଲିଫ୍ କମିସନର ପ୍ରଦୀପ ଜେନା ଟୁଇଟ୍ କରି ମନ୍ତ୍ରାଳୟକୁ ଧନ୍ୟବାଦ ଜଣାଇଛନ୍ତି। ସେ ଟୁଇଟରେ ଲେଖିଛନ୍ତି ଭୁବନେଶ୍ଵରରେ ପ୍ରଧାନମନ୍ତ୍ରୀ ଘୋଷଣା କରିବାର ୨୪ଘଣ୍ଟାରୁ କମ୍ ସମୟ ମଧ୍ୟରେ ଗୃହ ମନ୍ତ୍ରାଳୟ ୫୦୦କୋଟି ଓଡ଼ିଶା ସରକାରଙ୍କୁ ପ୍ରଦାନ କଲେ। ଆମେ ପ୍ରଧାନମନ୍ତ୍ରୀ ଓ ଗୃହ ମନ୍ତ୍ରାଳୟକୁ ଧନ୍ୟବାଦ ଦେଉଛୁ।

ମତାମତ ଦିଅନ୍ତୁ ।