ଆଇସିଏସ୍‌ଇ ପରୀକ୍ଷା ଜୁଲାଇ ୧ରୁ

ଭୁବନେଶ୍ୱର : କାଉନ୍‌ସିଲ୍‌ ଫର୍‌ ଇଣ୍ଡିଆନ୍‌ ସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷା (ସିଆଇଏସ୍‌ଇ) ପକ୍ଷରୁ ବଳକା ଥିବା ଆଇସିଏସ୍‌ଇ (ଦଶମ) ଓ ଆଇଏସ୍‌ସି (ଦ୍ୱାଦଶ) ବିଷୟ ଗୁଡ଼ିକର ପରୀକ୍ଷା ଜୁଲାଇ ୧ରୁ ୧୪ ତାରିଖ ଯାଏ ହେବ। ଏନେଇ ସିଆଇଏସ୍‌ଇ ପକ୍ଷରୁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକମାନେ କୋଭିଡ୍‌ ଗାଇଡ୍‌ଲାଇନ୍‌କୁ ପାଳନ କରିବେ। ପରୀକ୍ଷା ଫଳ ୬ରୁ ୮ ସପ୍ତାହ ମଧ୍ୟରେ ପ୍ରକାଶ ପାଇବ ବୋଲି କୁହାଯାଇଛି।

ଆଇସିଏସ୍‌ଇ ଓ ଆଇଏସ୍‌ସି ପରୀକ୍ଷା ମାର୍ଚ୍ଚ ମାସରେ ଆରମ୍ଭ ହୋଇଥିଲା। କିନ୍ତୁ କୋଭିଡ୍‌-୧୯ ସଙ୍କଟ ପାଇଁ ଆଇସିଏସ୍‌ଇର ୬ଟି ବିଷୟ ଓ ଆଇଏସ୍‌ସିର ୮ଟି ବିଷୟର ପରୀକ୍ଷା ସ୍ଥଗିତ କରାଯାଇଥିଲା । ଜୁଲାଇ ୨ରେ ଆଇସିଏସ୍‌ଇ ପିଲାଙ୍କ ଭୂଗୋଳ, ୪ରେ ଆର୍ଟ ପେପର୍‌-୪, ୬ରେ ଗ୍ରୁପ୍‌-୩ ଇଲେକ୍ଟିଭ୍‌, ୮ରେ ହିନ୍ଦି, ୧୦ରେ ବାୟୋଲୋଜି-ସାଇନ୍ସ ପେପର୍‌(୩) ଓ ୧୨ରେ ଅର୍ଥନୀତି ବିଷୟ ପରୀକ୍ଷା କରାଯିବ। ସେହିପରି ଆଇଏସ୍‌ସି ପିଲାଙ୍କର ଜୁଲାଇ ୧ରେ ବାୟୋଲୋଜି (ପାର୍ଟ-୧) ଥିଓରି, ୩ରେ ବିଜ୍‌ନେସ୍‌ ଷ୍ଟଡିଜ୍‌, ୫ରେ ଭୂଗୋଳ, ୭ରେ ମନୋବିଜ୍ଞାନ, ୯ରେ ସମାଜ ବିଜ୍ଞାନ, ୧୧ରେ ଗୃହବିଜ୍ଞାନ (ପାର୍ଟ-୧) ଥିଓରି, ୧୩ରେ ଇଲେକ୍ଟିଭ୍‌ ଇଂରାଜୀ ଓ ୧୪ରେ ଆର୍ଟ-୫ କ୍ରାଫ୍ଟ ବିଷୟର ପରୀକ୍ଷା ହେବ।

ମତାମତ ଦିଅନ୍ତୁ ।