ପଶ୍ଚିମବଙ୍ଗକୁ ସହାୟତାର ହାତ ବଢ଼ାଇଲା ଓଡ଼ିଶା

ଭୁବନେଶ୍ୱର: ସାମୁଦ୍ରିକ ବାତ୍ୟା ଅମ୍ପନ ପ୍ରଭାବରେ ପଶ୍ଚିମବଙ୍ଗ ଛାରଖାର ହୋଇଯାଇଛି। ଏହିଭଳି ପରିସ୍ଥିତିରେ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ପାଇଁ ଓଡ଼ିଶା ସହାୟତାର ହାତ ବଢ଼ାଇଛି। ପଶ୍ଚିମବଙ୍ଗ ଯାଇଛନ୍ତି ୩୦୦ ଅଗ୍ନିଶମ କର୍ମଚାରୀ ଓ ୧୦ଟି ଓଡ୍ରାଫ୍ ଟିମ୍ ସହିତ ୫୦୦ ଜଣ କର୍ମଚାରୀ। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି।

ମତାମତ ଦିଅନ୍ତୁ ।