କେନ୍ଦୁଝର ଟ୍ରକ ମାଲିକ ସଂଘରେ ଆର୍ଥିକ ଅନିୟମିତତା ଅଭିଯୋଗ ଆଣିଲେ କର୍ମକର୍ତ୍ତା

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘରେ ବିବାଦ। ଅଭିଯୋଗ ଉଠିଛି ସଭାପତି ଓ ସମ୍ପାଦକ କ୍ଷମତା ବିକେନ୍ଦ୍ରୀ କରଣ ନକରି ଟ୍ରାନ୍ସପୋଟରଙ୍କ ହିତରେ କାମ କରୁଛନ୍ତି।

ଶନିବାର ଆନନ୍ଦପୁର ଉପଖଣ୍ଡ ବେଲବାହାଳିଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଟ୍ରକ୍ ମାଲିକ ସଂଘ ଉପସଭାପତି ପଦ୍ମଲୋଚନ ସାହୁ ଓ କୋଷାଧ୍ୟକ୍ଷ ରୁଦ୍ରନାରାୟଣ ମିଶ୍ର ଓ କାର୍ଯ୍ୟକାରି ସଦସ୍ୟ ରଂଜନ କୁମାର ବିଶ୍ୱାଳ ସଭାପତି ଓ ସମ୍ପାଦକଙ୍କୁ ଟାର୍ଗେଟ କରିଛନ୍ତି। ଅଭିଯୋଗ ଆଣିଛନ୍ତି ସଭାପତି ଓ ସମ୍ପାଦକ କ୍ଷମତାର ଦୁରୁପଯୋଗ କରୁଛନ୍ତି। ଟ୍ରକ୍ ମାଲିକ ସଂଘ ଏବେ ମାଲିକଙ୍କ ସ୍ଵାର୍ଥ ନୁହେଁ ଟ୍ରାନ୍ସପୋଟରଙ୍କ ହିତରେ କାମ କରୁଛି। ସେହିପରି କୋଷାଧ୍ୟକ୍ଷ ରୁଦ୍ରନାରାୟଣ ମିଶ୍ର ଅଭିଯୋଗ କରିଛନ୍ତି ସଂଘରେ ଆର୍ଥିକ ଅନିୟମିତତା ହୋଇଥିଲେ ମଧ୍ୟ ସମ୍ପାଦକ ଫାଇଲ୍ ଦେଉନଥିବାରୁ ଅଡିଟ୍ ହୋଇପାରୁନି। ଏସବୁ ଅଭିଯୋଗକୁ ଜିଲ୍ଲା ଟ୍ରକ୍ ମାଲିକ ସଂଘ ସଭାପତି ଖଣ୍ଡନ କରିଛନ୍ତି।

ମତାମତ ଦିଅନ୍ତୁ ।