ମଦ ହୋମ୍‌ ଡେଲିଭରି ପାଇଁ ଜୋମାଟୋ ଓ ସ୍ୱିଗିକୁ ଅନୁମତି

ଭୁବନେଶ୍ୱର : ଆସନ୍ତା କାଲି ରାଜ୍ୟରେ ଅନ୍‌ଲାଇନ୍‌ରେ ମଦ ହୋମ୍‌ ଡେଲିଭରି ହେବ। ମଦ ଯୋଗାଇବେ ଜୋମାଟୋ ଓ ସ୍ୱିଗି। ରାଜ୍ୟ ଅବକାରୀ ବିଭାଗ ଏହି ଦୁଇଟି ସଂସ୍ଥାକୁ ଅନୁମତି ଦେଇଛି। ଜୋମାଟୋ ଭୁବନେଶ୍ୱର, କଟକ, ବ୍ରହ୍ମପୁର ଓ ପୁରୀରେ ମଦ ହୋମ୍‌ ଡେଲିଭରି କରିବ। ଭୁବନେଶ୍ୱର, କଟକ, ବ୍ରହ୍ମପୁର ଓ ରାଉରକେଲା ମହାନଗରରେ ମଦ ହୋମ୍‌ ଡେଲିଭରି କରିବ ସ୍ୱିଗି। ହଜାରେ ଟଙ୍କା ପର୍ଯ୍ୟନ୍ତ ମଦ ଅର୍ଡର କଲେ ଡେଲିଭରି ଚାର୍ଜ ପଡିବ ୧୦୦ ଟଙ୍କା। ତା’ପରେ ପ୍ରତି ୫ଶହ ଟଙ୍କାର ଅତିରିକ୍ତ ଅର୍ଡର ପାଇଁ ୨୫ ଟଙ୍କା ଦେବାକୁ ହେବ। ହୋମ୍ ଡେଲିଭରି ଚାର୍ଜ ୩ ଶହ ଟଙ୍କାରୁ ଅଧିକ ହୋଇପାରିବନି। ସକାଳ ୭ଟାରୁ ସଂଧ୍ୟା ୬ଟା ମଧ୍ୟରେ ଏହି ହୋମ୍ ଡେଲିଭରି କରାଯିବ। ଅର୍ଡର କରିବାର ୬ ଘଣ୍ଟା ମଧ୍ୟରେ ମଦ ମିଳିବ।

ମତାମତ ଦିଅନ୍ତୁ ।