ଆଣ୍ଟି-ରାଗିଂ ସ୍କ୍ୱାଡ୍‌ ଗଠନକୁ ୟୁଜିସିର ଗୁରୁତ୍ଵ, ନାମଲେଖା ବେଳେ ଛାତ୍ରଛାତ୍ରୀ ଦେବେ ଅଣ୍ଟରଟେକିଂ

ଭୁବନେଶ୍ଵର : ଶିକ୍ଷାନୁଷ୍ଠାନରେ ବଢ଼ିଚାଲିଥିବା ରାଗିଂ ରୋକିବାକୁ ନିମନ୍ତେ ବିଶ୍ଵବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପଦକ୍ଷେପ ନେଇଛି। ବିଶ୍ଵବବିଦ୍ୟାଳୟ କ୍ୟାମ୍ପସ ରାଗିଂ ମୁକ୍ତ ଲାଗି ପ୍ରକାଶ କରିଛି ବିଜ୍ଞପ୍ତି। ବିଶ୍ଵବବିଦ୍ୟାଳୟ ଗୁଡ଼ିକ କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ସହିତ କ୍ୟାମ୍ପସରେ ବ୍ୟାପକ ସଚେତନତା, ହଷ୍ଟେଲ ଉପରେ ଚଢ଼ଉ, ଆଣ୍ଟି-ରାଗିଂ ସ୍କ୍ୱାଡ୍‌ ଗଠନ ଏବଂ କ୍ୟାମ୍ପସର ସମ୍ବେଦନଶୀଳ ଅଞ୍ଚଳରେ ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ ‌ଦିଆଯାଇଛି।

ଚଳିତବର୍ଷ ଶିକ୍ଷାବର୍ଷ ଆରମ୍ଭରୁ ଆଣ୍ଟି-ରାଗିଂ ସ୍କ୍ୱାଡ୍‌ ଗଠନ ଉପରେ ଅଧିକ ଗୁରୁତ୍ଵ ଦିଆଯାଇଛି। ସମସ୍ତ ବିଶ୍ଵବିଦ୍ୟାଳୟରେ ଆଣ୍ଟି-ରାଗିଂ କମିଟି ଓ ସ୍କ୍ୱାଡ୍‌ ଗଠନ, ଆଣ୍ଟି-ରାଗିଂ ସେଲ୍‌ ପ୍ରତିଷ୍ଠା, ବିଶ୍ଵବିଦ୍ୟାଳୟ ବ୍ରୋଚରରେ ଆଣ୍ଟି-ରାଗିଂ ସମ୍ପର୍କରେ ଉଲ୍ଲେଖ କରିବାକୁ କୁହାଯାଇଛି। ଏହାଛଡା ୱେବସାଇଟ୍‌ରେ ଆଣ୍ଟି-ରାଗିଂ କମିଟିର ନୋଡାଲ୍‌ ଅଫିସରଙ୍କ ସମ୍ପୂର୍ଣ୍ଣ ଠିକଣା ଓ ଫୋନ୍‌ ନମ୍ବର, ନାମଲେଖା ସମୟରେ ସମସ୍ତ ଛାତ୍ରଛାତ୍ରୀ ଅଣ୍ଟରଟେକିଂ ଦେବା ବାଧ୍ୟତାମୂଳକ କରାଯାଇଛି। ଆଣ୍ଟି-ରାଗିଂ ସ୍କ୍ୱାଡ୍‌ର ସଦସ୍ୟମାନେ ହଷ୍ଟେଲ, କ୍ୟାଣ୍ଟିନ୍‌, ରେଷ୍ଟ ରୁମ୍‌, ଶୌଚାଳୟ, ବସ୍‌ଷ୍ଟାଣ୍ଡ ଆଦି ଉପରେ ଅଚାନକ ଚଢ଼ଉ କରିବାକୁ କୁହାଯାଇଛି। ଆଣ୍ଟି-ରାଗିଂ ନେଇ ନିୟମିତ ଭାବେ ଛାତ୍ରଛାତ୍ରୀଙ୍କ କର୍ମଶାଳା, ଆଲୋଚନାଚକ୍ର କରିବାକୁ ନିର୍ଦେଶ ଦିଆଯାଇଥିବା ବେଳେ ୟୁଜିସି ପକ୍ଷରୁ ଆଣ୍ଟି-ରାଗିଂ ଜାରି କରାଯାଇଛି (୧୮୦୦-୧୮୦-୫୫୨୨) ହେଲ୍‌ପ ଲାଇନ୍‌ ନମ୍ବର। ଇ-ମେଲ୍‌ ‘helpline@antiragging.in’ରେ ମଧ୍ୟ ଅଭିଯୋଗ କରିବାର ବ୍ୟବସ୍ଥା ରହିଛି।

ମତାମତ ଦିଅନ୍ତୁ ।