ରାଜନଗର: ଜିଓଟ୍ୟୁବ୍‌ ପ୍ରକଳ୍ପରେ ନିଆଁ

ଭୁବନେଶ୍ଵର : ରାଜନଗର ଅନ୍ତର୍ଗତ ପେଣ୍ଠ ଅଞ୍ଚଳର ସମୁଦ୍ରକୂଳରେ ଥିବା ଜିଓଟ୍ୟୁବ୍‌ ପ୍ରକଳ୍ପରେ ଆଜି ପ୍ରତ୍ୟୁଷରେ ନିଆଁ ଲାଗିଯାଇଛି। ସକାଳେ ସେ ଆଡ଼କୁ ଯାଇଥିବା ସ୍ଥାନୀୟ ଲୋକେ ଜିଓଟ୍ୟୁବ୍‌ ଜଳୁଥିବା ଦେଖିଥିଲେ। ତୁରନ୍ତ ସୀମାନେ ଅନ୍ୟ ଲୋକମାନଙ୍କୁ ଡକାହକା କରି ନିଆଁ ଲିଭାଇବାକୁ ଉଦ୍ୟମ କରିବା ସହିତ ଦମକଳକୁ ଖବର ଦେଇଥିଲେ। ତେବେ ନିଆଁ ଲାଗିବା ଫଳରେ ଜିଓଟ୍ୟୁବ୍‌ ପ୍ରକଳ୍ପର୨୦୦ ମିଟର ଯାଏଁ ପୋଡ଼ି ଯାଇଥିବା କୁହାଯାଉଛି।

ମତାମତ ଦିଅନ୍ତୁ ।